କେମିତି ଧରାପଡ଼ିଲା ହାଇଦର୍: ଦୀର୍ଘ ୧୨୦ ଘଣ୍ଟା ଅପରେସନର କାହାଣୀ ବଖାଣିଲେ ପୁଲିସ କମିସନର

Advertisment

କଟକରେ ହାଇଦର ପହଞ୍ଚିବା ପରେ ସିପିଙ୍କ ସାମ୍ବାଦିକ ସମ୍ମିଳନୀ

କଟକରେ ହାଇଦର ପହଞ୍ଚିବା ପରେ ସିପିଙ୍କ ସାମ୍ବାଦିକ ସମ୍ମିଳନୀ

କେମିତି ଧରାପଡ଼ିଲା ହାଇଦର୍: ଦୀର୍ଘ ୧୨୦ ଘଣ୍ଟା ଅପରେସନର କାହାଣୀ ବଖାଣିଲେ ପୁଲିସ କମିସନର

କଟକ: ଦୀର୍ଘ ୧୨୦ ଘଣ୍ଟା ଅପରେସନର କାହାଣୀ ବେଶ ଚମତ୍କାର ରହିଥିଲା ବୋଲି ପୁଲିସ ସିପି ସୌମେନ୍ଦ୍ର ପ୍ରୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି। .ସେ କହିଛନ୍ତି, ଗତ ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ପାଇଁ କଟକ ଏସସିବି ଆସିଥିଲେ ହାଇଦର୍। କମିସନରେଟ ପୁଲିସ ହାଇଦର ଫେରାର ଖବର ପାଇବା ମାତ୍ରେ ସଂଗେ ସଂଗେ ଆରମ୍ଭ ହୋଇଥିଲା ଅପରେସନ। ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଏକ ଟିମ ଗଠନ କରିଥିଲା। ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ ଯାଇଥିଲା। ଏହାସହ ହାଇଦର ସହଯୋଗୀକୁ ଗିରଫ କରାଯାଇଥିଲା। ୧୧ ଓ ୧୨ତାରିଖ ହାଇଦ୍ରାବାଦ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାରେ ପହଞ୍ଚିଥିଲା ପୁଲିସ୍ ଟିମ୍।

publive-image

ହାଇଦରର ପୁଅ ଓ ଅନ୍ୟ ସହଯୋଗୀ ତାକୁ ଫେରାର କରିବାରେ ସକ୍ଷମ ହୋଇଥିଲା। କଟକ ଡିସିପିଙ୍କ ତତ୍ତ୍ବାବଧାନରେ ଟିମ ଗଠନ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା। ୧୩, ୧୪, ୧୬ ଏହି ତିନି ଦିନ ଅପରେସନରେ ବାଦାମବାଡ଼ି ଓ ଚାଉଳିଆଗଞ୍ଜ ଆଇଆଇସିଙ୍କ ମୁଖ୍ୟ ଭୂମିକା ରହିଥିଲା। ପରେ ଗତକାଲି କୁଖ୍ୟାତ ଅପରାଧୀ ହାଇଦର ଏକ ବାଇକରେ ଯାତାୟାତ କରୁଥିବା ସୂଚନା ମିଳିବା ମାତ୍ରେ ତାକୁ ଗିରଫ କରାଯାଇଥିଲା। ଏଥିରେ ତେଲେଙ୍ଗାନା ପୁଲିସର ବହୁ ସାହାଯ୍ୟ ମିଳିଥିଲା।

ଗିରଫ କରିବା ମାତ୍ରେ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ପରେ ଆଜି ତାକୁ ଓଡ଼ିଶା ଅଣାଯାଇ ବିମାନ ଯୋଗେ ଭୁବନେଶ୍ୱର ଓ ପରେ କମିସନରେଟ ପୁଲିସର କଡ଼ା ସୁରକ୍ଷାରେ କଟକ ଅଣାଯାଇଛି। ଆଜି ମେଡିକାଲ ପରୀକ୍ଷା ହେବା ପରେ ଅପରାଧୀକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସିପି ସୌମେନ୍ଦ୍ର ପ୍ରୟଦର୍ଶୀ ସୂଚନା ଦେଇଛନ୍ତି। ଏହାଛଡ଼ା ଏବେ ଏହି ମାମଲାରେ ୭ଜଣଙ୍କୁ ପଚରାଉଚରା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe