ଆସନ୍ତା ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୮୩୪ ପଦ ପୂରଣ କରାଯିବ: ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

Advertisment
ଆସନ୍ତା ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୮୩୪ ପଦ ପୂରଣ କରାଯିବ: ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

କଟକ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ଅବଶେଷରେ ମୁହଁ ଖୋଲିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ, ଫାଇନାଲ ରେଜଲ୍ଟ ପରେ ମାର୍କସିଟ୍ ଓ ଆନ୍ସର ଅପଲୋଡ୍ କରାଯିବ।

ଏଣେ ଗତ ୬ ମାସରେ ନିଜର ଉପଲବ୍ଧି ନେଇ ଗଣମାଧ୍ୟମରେ ତଥ୍ୟ ରଖିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ। ଏ ନେଇ ବିଧିବିଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି।  ସେ କହିଛନ୍ତି, ଗତ ୬ ମାସ ମଧ୍ୟରେ ମୋଟ ୧୭ ଟି ବିଭାଗ ପାଇଁ ଗ୍ରୁପ ଏ ଓ ବି ବର୍ଗରେ ୧୫୪୫ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ଆହୁରି ୨୮୩୪ ପଦ ପୂରଣ କରିବା ପାଇଁ ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe