ରତ୍ନଭଣ୍ଡାର ଖୋଲିବାକୁ ବିଧାନସଭାରେ ଚାପ ପକାଯିବ: ଜୟନାରାୟଣ

Advertisment
ଜଗଦୀଶଙ୍କ ଆତ୍ମଦାହ କଥା ଉଠାଇଲେ ଜୟନାରାୟଣ, ମାନବିକତା କ’ଣ ହଜିଗଲାଣି?

ପୁରୀ : ପୁରୀ ସନାତନ ସଂସ୍କୃତିର ପୀଠସ୍ଥଳୀ। ଏହାର ଦାୟିତ୍ବ ସରକାରଙ୍କ ହାତରୁ ନେଇ ଏକ କମିଟି ହାତରେ ନ୍ୟସ୍ତ କରାଯିବା ଉଚିତ୍‌। ଯେପରି ମସ୍‌ଜିଦ ଓ ଚର୍ଚ୍ଚ ସରକାର ଚଳାଉନାହାନ୍ତି, ଠିକ୍‌ ସେହିପରି ମନ୍ଦିରର ଦାୟିତ୍ବ ଏକ ସ୍ବତନ୍ତ୍ର କମିଟି ହାତରେ ନ୍ୟସ୍ତ ହେବା ଆବଶ୍ୟକ। ସେହିପରି ରତ୍ନଭଣ୍ଡାର ମଧ୍ୟରେ କ’ଣ ଥିଲା ଓ ଏବେ କ’ଣ ଅଛି ସେସବୁକୁ ଟିକିନିଖି ହିସାବ କରିବାର ଆବଶ୍ୟକତା ରହିଛି। ଏ ପ୍ରସଙ୍ଗକୁ ସେ ବିଧାନସଭାରେ ଉଠାଇବେ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଚାପ ପକାଇବେ ‌ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନିର୍ବାଚିତ ହେବାପରେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ବିରୋଧୀଦଳ ନେତା ଭାବେ ଦାୟିତ୍ବ ନେବାପୂର୍ବରୁ ଆଜି ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ବିରୋଧୀ ଦଳ ଭାବେ ବିକାଶ ଓ ଗଠନମୂଳକ କାମ କରିବୁ। ଜନହିତକର ନୀତିକୁ ସମର୍ଥନ କରି‌ବୁ। ଜନବିରୋଧୀ ନୀତିକୁ ଜୋରଦାର ବିରୋଧ କରିବୁ। ‌ସାଧାରଣ ଲୋକଙ୍କୁ ନେଇ ଯେଉଁ ସବୁ ସମସ୍ୟା ରହିଛି, ସେ ସମ୍ପର୍କରେ ପୁନର୍ବାର ଆଲୋଚନା କରିବୁ। ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିଲେ ହେଁ କୃଷିକୁ ଭରସା କରି କୃଷକ ଚଳିପାରୁନାହିଁ। ଶ୍ରମିକମାନେ ଉଚିତ ପାରିଶ୍ରମିକ ପାଉନାହାନ୍ତି। ବେକାରୀ ଯୁବକମାନେ ୱେଟର ଜାତି ପାଲଟିଗଲେଣି। ବାହାରକୁ ଯାଇ କାମ କରୁଛନ୍ତି। ଆମ ପିଲା ଆମ ରାଜ୍ୟରେ ରୋଜଗାର ପାଉନାହାନ୍ତି। ତେଣୁ ଏ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସେ ବିରୋଧୀ ଦଳ ନେତା ଭାବେ ନିଜ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe