ଅବସରପ୍ରାପ୍ତ ଶିକ୍ଷକ ବିପିନବିହାରୀ ଯୋଷୀଙ୍କ ପରଲୋକ

Advertisment
ଅବସରପ୍ରାପ୍ତ ଶିକ୍ଷକ ବିପିନବିହାରୀ ଯୋଷୀଙ୍କ ପରଲୋକ

ବଲାଙ୍ଗୀର : ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଶିକ୍ଷକତା କରି ଏବେ ବଲାଙ୍ଗୀର ସୋମନାଥନଗରଠାରେ ବାସକରୁଥିବା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନ ବିହାରୀ ଯୋଷୀ(୮୦ବର୍ଷ)ଙ୍କର ପରଲୋକ ହୋଇଯାଇଛି। ରବିବାର ତାଙ୍କୁ ଅସୁସ୍ଥତା କାରଣରୁ ପ୍ରଥମେ ଭୀମଭୋଇ ମେଡିକାଲକଲେଜ ହସପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତରଭା ବ୍ଲକ୍‌ ମେଣ୍ଡା ଗ୍ରାମରେ ଜନ୍ମିତ ତଥା ବଲାଙ୍ଗୀର ରାଜେନ୍ଦ୍ର କଲେଜରୁ ଡିଗ୍ରି ଓ ବିଇଡି କଲେଜରୁ ଶିକ୍ଷା ସାରି ବଲାଙ୍ଗୀର ଜିଲ୍ଲାର କୁଶଙ୍ଗ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ନିଜ ଜନ୍ମମାଟି ମେଣ୍ଡା ହାଇସ୍କୁଲରେ ଯୋଗଦେଇ ବହୁବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ଜଣେ ଦକ୍ଷ ଶିକ୍ଷକ ଭାବରେ ମେଣ୍ଡା ହାଇସ୍କୁଲ ତଥା ଅଞ୍ଚଳରେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ଓ ଆଧ୍ୟାତ୍ମିକ ପ୍ରବାଚକ ଭାବେ ଜଣାଶୁଣା ରହି ମେଣ୍ଡା ଅଞ୍ଚଳର ଶିକ୍ଷା, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବଧାରା ସହିତ ଜଡ଼ିତଥିଲେ। ଶେଷରେ ବଲାଙ୍ଗୀର ଜିଲ୍ଲାର ଝାରମୁଣ୍ଡା ହାଇସ୍କୁଲରୁ ୧୯୯୮ମସିହାରେ ପ୍ରଧାନଶିକ୍ଷକ ଭାବେ ଅବସରଗ୍ରହଣ କରିଥିଲେ।

ସେ ମେଣ୍ଡାର ଜଗନ୍ନାଥ ମନ୍ଦିର, ଗୋପାଳଜୀ ମଠ ଇତ୍ୟାଦି ଅନୁଷ୍ଠାନର ପରିଚାଳନା କମିଟିରେ ରହିଥିଲେ। ତାଙ୍କ ବିୟୋଗରେ ବଲାଙ୍ଗୀର ଓ ମେଣ୍ଡା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଶେଷ ସମୟରେ ତାଙ୍କ ପତ୍ନୀ କ୍ଷୀରାବ୍ଧି, ଦୁଇପୁଅ ସୋମନାଥ ଓ ସୁଶୀଳ, ଝିଅ ଅନୁପମା, ବୋହୂ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ସୋମବାର ସକାଳୁ ବଲାଙ୍ଗୀର ବିଭୂତିପଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ସୋମନାଥ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe