Previous government did not keep its promises: CM targets Naveen
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଉପନିର୍ବାଚନ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କାହାର ନାମ ନନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି। ପୂର୍ବ ସରକାର କଥା ଦେଇ କଥା ରଖି ନାହାନ୍ତି। କିନ୍ତୁ ଆମେ ସେପରି କରିବୁ ନାହିଁ। ଯାହା କହିବୁ ତାହା କରି ଦେଖାଇବୁ। ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ।
ଆମେ ସେବା କରିବାକୁ ଆସିଛୁ। ସେବା ପାଇଁ କେତେ ବର୍ଷ ଦରକାର। ବିଜେଡ଼ି ଏବଂ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ରହି କିଛି କରି ନାହାନ୍ତି। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ। ବିଜେପିର ବିଜୟ ନିଶ୍ଚିତ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜେନ୍ଦତ୍ର ଢ଼ୋଲକିଆଙ୍କ ଅଧୁରା କାମ ତାଙ୍କ ପୁଅ ଜୟ ଢ଼ୋଲକିଆ କରିବେ। ସେ ନୂଆପଡ଼ାର ବିକାଶ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Follow Us