ଭୁବନେଶ୍ବର: ବିଧାନସଭାରେ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ ହୋଇଛି । ଏହି ବିଲକୁ ବିଧାନସଭାରେ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ ଦୋଷତ୍ରୁଟି ଉଲ୍ଲେଖ କରିଛନ୍ତି। 

Advertisment

ପୂର୍ବ ସରକାରଙ୍କ ଅମଳରେ ରାଜ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । ନିଯୁକ୍ତି ଦାୟିତ୍ୱରେ ଯେଉଁ ଅଧିକାରୀମାନେ ରହୁଥିଲେ, ସେମାନଙ୍କର ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟରେ ସମ୍ପୃକ୍ତି ଥିଲା ।

ଗତ ୨୦୨୩ ବର୍ଷରେ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ତ୍ରୁଟି ହୋଇଥିବା ବେଳେ ସଚିବାଳୟ  ନିଯୁକ୍ତିରେ ବଡ଼ ଧରଣରର ଚଞ୍ଚକତା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଗାମୀ ପୀଢ଼ିଙ୍କ ଭବିଷ୍ୟତ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଏହି କାର୍ଯ୍ୟଧାରାକୁ ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ନିଯୁକ୍ତିରେ କୌଣସି ସ୍ୱଚ୍ଛତା ନ ଥିଲା। ପ୍ରଶାସନ ଦୁର୍ନୀତି ହିଁ ଭରି ରହିଥିଲା। ନିଯୁକ୍ତି ପରୀକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ରାକେଟରେ ଲିପ୍ତ ରହୁଥିଲେ।

ଅଧିକ ପଢ଼ନ୍ତୁ: ୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ପୂର୍ବ ସରକାର କେବଳ ଆଉଟସୋର୍ସରେ ରହିଯାଇଥିଲା । ବିରୋଧୀ ଦଳ ଯଦି ଚାହିଁବେ, ତେବେ ସେମାନେ ଗୃହକୁ ଆସି ଏ ବାବଦରେ ମତାମତ ରଖିପାରିବେ । ସରକାରଙ୍କ ନାକ ତଳେ ଏହି ଦୁର୍ନୀତି ହେଉଥିଲେ ମଧ୍ୟ ସରକାର କାହିଁକି ଚୁପ୍ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ପୂର୍ବ ସରକାର ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଥିଲେ। ପୂର୍ବ ସରକାର କେବଳ ଆଉଟ୍‌ ସୋର୍ସରେ ରହି ଯାଇଥିଲେ। ଅନ୍ୟପଟେ ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ବ। ଆମେ ଆରମ ପ୍ରତିଶ୍ରୁତି ପାଳନ କରିବୁ। ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ଦେବୁ। ଖାଲି ଥିବା ସମସ୍ତ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ:ପ୍ରଫୁଲ୍ଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ନିଯୁକ୍ତି