ପିଆଜ କାଟିବା ଅପେକ୍ଷା କିଣିଲେ ଆଖିରୁ ଝରୁଛି ଲୁହ

Advertisment

୧୫ ଦିନ ହେଲା ଖସୁନି ପିଆଜ ଦର,୨୫ ପ୍ରତିଶତକୁ ଖସିଛି ବେପାର

୧୫ ଦିନ ହେଲା ଖସୁନି ପିଆଜ ଦର,୨୫ ପ୍ରତିଶତକୁ ଖସିଛି ବେପାର

ପିଆଜ କାଟିବା ଅପେକ୍ଷା କିଣିଲେ ଆଖିରୁ ଝରୁଛି ଲୁହ

ଭଞ୍ଜନଗର: ପଖାଳ କଂସାକୁ ଦରକାର ପଡେ ପିଆଜ । ରୋଷେଇ ଘରେ ପ୍ରତିଟି ସ୍ୱାଦିଷ୍ଟ ଖାଦ୍ୟ ପାଇଁ ପିଆଜର ଗୁରୁତ୍ବ ନିଆରା। ବର୍ତ୍ତମାନ କିନ୍ତୁ ସେହି ପିଆଜ ଗ୍ରାହାକଙ୍କୁ କନ୍ଦାଇବାରେ ଲାଗିଛି। ପିଆଜ କାଟିଲେ ପୂର୍ବରୁ ଆଖିରୁ ଲୁହ ଝରୁଥିବା ବେଳେ ବର୍ତ୍ତମାନର ପିଆଜ ଦର ଲୋକମାନଙ୍କ ଆଖିରୁ ଲୁହ ଝରାଉଛି। ପିଆଜ ଦର ସାଧାରଣତଃ ୧୫ ରୁ ୨୦ ଟଙ୍କା ଭିତରେ ରହୁଥିବା ବେଳେ ଅଭାବ ସମୟରେ ଏହାର ଦର ବୃଦ୍ଧି ପାଇ ୩୫ ରୁ ୪୦ ଟଙ୍କା ହୁଏ। ଚଳିତ ବର୍ଷ କିନ୍ତୁ ପିଆଜ ଦର ସମସ୍ତ ରେକର୍ଡ ଭାଙ୍ଗିଛି। ଦର ୯୦ ଛୁଇଁ ସାରିଥିବା ବ‌େଳେ ପ୍ରତିଦିନ ଦର ତଳ ଉପର ହୋଇଥାଏ। ଦୀର୍ଘ ୧୫ ଦିନ ତଳେ ୪୫ ଟଙ୍କା ପିଆଜ ଦର ରହିଥିବା ବେଳେ ତାହା ବର୍ତ୍ତମାନ ବୃଦ୍ଧି ପାଇଁ ୮୦ ରୁ ୯୦ ଟଙ୍କା ରହୁଛି। ଆଜି ବଜାରରରେ କେଉଁଠି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କେଉଁଠି ୭୫ ଟଙ୍କାରେ ବିକ୍ରି ହେଉଛି ପିଆଜ । ଦର ହଠାତ୍ ବଢୁଥିବା ବେଳେ ହଠାତ୍ କମି ମଧ୍ୟ ଯାଉଥିବାରୁ ବ୍ୟବସାୟୀମାନେ ଅଧିକା ପରିମାଣର ପିଆଜ ପାଖରେ ରଖିବା ପାଇଁ ସାହାସ କରି ପାରୁନାହାନ୍ତି। ଆଉ ଦର ମଧ୍ୟ ଗ୍ରାହାକମାନଙ୍କୁ ସୁହାଉ ନଥିବା ବ‌େଳେ ପୂର୍ବରୁ କିଲୋ ହିସାବରେ କିଣୁଥିବା ଗ୍ରାହକ ବର୍ତ୍ତମାନ ପାଏ ହିସାବରେ ପିଆଜ କିଣୁଥିବା ଦେଖିବାକୁ ମିଳିଛି।
ଭଞ୍ଜନଗର ସହରରେ ୪ରୁ ୫ ଜଣ ପାଇକାରୀ ବ୍ୟବସାୟୀ ରହିଥିବା ବେଳେ ଜଣେ ଜଣେ ପ୍ରାୟତଃ ୮ରୁ ୧୦ କୁଇଣ୍ଟାଲ୍ ପିଆଜ ଆଣୁଛନ୍ତି। ତାହା ମଧ୍ୟ ଭଲ ବ୍ୟବସାୟ ହେଉନଥିବାରୁ ବିକ୍ରି ନେଇ ଚିନ୍ତାରେ ରହୁଛନ୍ତି।

ପିଆଜର ଦର ପ୍ରତିଦିନ ବଦଳୁଛି। ଆବଶ୍ୟକ ପରିମାଣ ପିଆଜ ରଖିଲେ ମଧ୍ୟ ଗ୍ରାହକ ଉଚ୍ଚାଦରରେ ପିଆଜ କିଣିବାକୁ ପସନ୍ଦ କରୁନଥିବାରୁ ବହୁ କ୍ଷତି ସହିବାକୁ ପଡୁଛି। ବେପାର ସଂପୂର୍ଣ୍ଣ ମାନ୍ଦା ହୋଇପଡିଛି। ଦରର ଠିକ୍ ଠିକଣା ନଥିବାରୁ ଅଧିକ ପରିମାଣର ମହଜୁଦ ରଖିବାକୁ ଡର ଲାଗୁଛି ବୋଲି କହିଛନ୍ତି ଭଞ୍ଜନଗରର ପାଇକାରୀ ବ୍ୟବସାୟୀ ମନୋଜ କୁମାର ପାତ୍ର।

publive-image

ସେହିଭଳି ଭଞ୍ଜନଗରର ଖୁଚୁରା ବ୍ୟବସାୟୀ ଯୋଗେନ୍ଦ୍ର ବେହେରା କହିଛନ୍ତି ଯେ, ପିଆଜରେ ଲାଭ ଅପେକ୍ଷା କ୍ଷତି ବେଶୀ | ଆଗକୁ କାର୍ତ୍ତିକ ମାସ ରହିଥିଲେ ମଧ୍ୟ ପିଆଜ ଦର ଖସୁନି। ଆଗରୁ ୩ ବସ୍ତା ପିଆଜ ପ୍ରତିଦିନ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଗୋଟିଏ ବସ୍ତା ସରିବା ମୁସ୍କିଲ୍ ହୋଇପଡୁଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe