ଜାଲରେ ଫସିଲା ୨୮କେଜିର ଭେକ୍‌ଟି ମାଛ, ୪ ଲକ୍ଷରେ କିଣିଲା କୋଲକାତାର ଔଷଧ କମ୍ପାନି

Advertisment
ଜାଲରେ ଫସିଲା ୨୮କେଜିର ଭେକ୍‌ଟି ମାଛ, ୪ ଲକ୍ଷରେ କିଣିଲା କୋଲକାତାର ଔଷଧ କମ୍ପାନି

ଭୋଗରାଇ: ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ଗୁରୁବାର ଏକ ୨୮ କେଜି ଓଜର ବିରଳ ଭେକ୍‌ଟି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିଲା। ଉକ୍ତ ମାଛକୁ କେଜି ପ୍ରତି ୧୬ହଜାର ଟଙ୍କା ମୂଲ୍ୟରେ ଆଜି କୋଲକାତାର ଏକ ଔଷଧ ତିଆରି କମ୍ପାନି କିଣିଥିବା ଜାଣିବାକୁ ମିଳିଛି।

ସୂଚନା ମୁତାବକ, ଗୁରୁବାର ଦିନ ଦୀଘାମୁହାଣରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଅନ୍ନଦାୟିନୀ ନାମକ ଟ୍ରଲରର ମତ୍ସ୍ୟଜୀବୀ ସୁଧୀର ଚନ୍ଦ୍ର ଭୂୟାଁଙ୍କ ଜାଲରେ ଏହି ବିରଳ ଭେକ୍‌ଟି ମାଛଟି ପଡ଼ିଥିଲା। ପରେ ଅପରାହ୍‌ଣରେ ତାକୁ ମାଛ ନିଲାମ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବାକୁ ସେଠାରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଖବର ପାଇ ନିଲାମ କେନ୍ଦ୍ରରେ କୋଲକାତାର ଏଆରଏମ୍‌ ଔଷଧ କମ୍ପାନିର ଏକ ଟିମ୍‌ ସେଠାରେ ପହଞ୍ଚି ମାଛଟିକୁ କେଜି ପିଛା ୧୬ହଜାର ଟଙ୍କା ଅର୍ଥାତ୍‌ ୪ ଲକ୍ଷ ଟଙ୍କା ଦେଇ କିଣିନେଇଥିଲେ। ଏହି ମାଛଟି ଅତ୍ୟନ୍ତ ତେଲିଆ ମାଛ। ଏହାର ଗ୍ରନ୍ଥିରୁ ଔଷଧ ତିଆରି ହୋଇଥାଏ ବୋଲି ଉକ୍ତ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe