The Guardian Nigeria
ବରଗଡ଼ : ଦେହ ସୁସ୍ଥ କରିଦେବା ବାହାନା ଦେଖାଇ ଜଣେ ବିବାହିତା ମହିଳାଙ୍କୁ ପୂଜକ ଦୁଷ୍କର୍ମ କରିବା ପରେ ଗିରଫ ହୋଇଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗିରଫ ପୂଜକ କର୍ଲାଯୁରୀ ଗାଁର ବିଜୟ ନାୟକ। ସେ କମଗାଁସ୍ଥିତ କମଗେଇ ମା' ମନ୍ଦିରରେ ପୂଜା କରୁଥିଲା।
ରବିବାର ଉକ୍ତ ପୂଜକର ଶରଣ ପଶିଲେ ଦେହ ସୁସ୍ଥ ହୋଇଥାଏ ବୋଲି ସାଧାରଣରେ ଧାରଣା ଅଛି। ଗୌଡ଼ଗାଁର ଜଣେ ବିବାହିତା ମହିଳାଙ୍କ ଗତ ୬ମାସ ହେଲା ଦେହ ଖରାପ ଥିଲା। ସେ ସ୍ବାମୀଙ୍କୁ ପୂଜକ ବିଜୟ ନାୟକ ପାଖକୁ ଯିବାକୁ ଜିଦ୍ କରିଥିଲେ। ରବିବାର ସଂଧ୍ୟାରେ ସ୍ବାମୀ-ସ୍ତ୍ରୀ କର୍ଲାଯୁରୀ ସ୍ଥିତ ପୂଜକ ବିଜୟ ନାୟକର ଘରକୁ ଯାଇଥିଲେ। ସେଠାରେ ଅନ୍ୟ ଲୋକମାନେ ମଧ୍ୟ ଶରଣ ପଶିବାକୁ ଆସିଥିଲେ। ଭିଡ଼ କମିବା ପରେ ରାତି ୮ଟାରେ ବିଜୟ ଉକ୍ତ ମହିଳା ଜଣକୁ ନିଜ ପ୍ରକୋଷ୍ଠକୁ ଡାକିଥିଲା। ପରେ ଅନ୍ଧାରରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। ମହିଳା ଜଣକ ସୋମବାର ସବୁ କଥା ସ୍ବାମୀଙ୍କୁ କହିଥିଲେ। ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍ କେସ୍ ନମ୍ବର ୧୪୬/୨୨ ଦଫା ୩୭୬/ ୫୦୬ ଆଇପିସିରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us