ମାର୍ଚ୍ଚ ୧୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା

Advertisment
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାର ସମୟ

Dhaka Tribune

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ମାର୍ଚ୍ଚ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ସମିଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସ୍କୁଲ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ସହ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ପ୍ରସ୍ତୁତ ରହିବାକୁ ଆଜି ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଚିଠି ଲେଖିଛନ୍ତି।

ମାର୍ଚ୍ଚ ୨୩ରୁ ୨୭ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ ହୋଇ ମାର୍ଚ୍ଚ ୩୦ରେ ଫଳ ପ୍ରକାଶ ପାଇବ। ଅଭିଭାବକମାନଙ୍କୁ ମଧ୍ୟ ଏହି ଦିନ ରିପୋର୍ଟ କାର୍ଡ ଦିଆଯିବ। ଏପ୍ରିଲ ୪ରେ ସ୍କୁଲଗୁଡ଼ିକ ସିଆର୍‌ସିଙ୍କୁ ରିପୋର୍ଟ ଦେବେ, ସିଆର୍‌ସିମାନେ ବିଇଓମାନଙ୍କୁ ଏପ୍ରିଲ ୬ ସୁଦ୍ଧା, ଏପ୍ରିଲ ୮ସୁଦ୍ଧା ବ୍ଲକ୍‌ଗୁଡ଼ିକ ଡିପିସି କାର୍ଯ୍ୟାଳୟରେ ସମସ୍ତ ରିପୋର୍ଟ ଦେବେ। ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟରେ ସମସ୍ତ ରିପୋର୍ଟ ଏପ୍ରିଲ ୧୬ସୁଦ୍ଧା ପହଞ୍ଚାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅପରପକ୍ଷେ ଏଥର ଯେପରି ପ୍ରଶ୍ନପତ୍ର ଲିକ୍ ନହେବ ଏବଂ ସବୁ ସ୍କୁଲରେ ଆବଶ୍ୟକୀୟ ପ୍ରଶ୍ନପତ୍ର ପହଞ୍ଚିବ ସେଥିପାଇଁ ଡିପିଓମାନେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରିଣ୍ଟ୍‌ କରିବେ। ପରୀକ୍ଷା ସମୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କ’ଣ କରିବାକୁ ହେବ ସେନେଇ ଗାଇଡଲାଇନ୍ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe