ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସତ୍ୟପାଠ: ୨୩୧ ଜାଲ୍ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି

Advertisment

ଭୂତ ଛାତ୍ରଛାତ୍ରୀଙ୍କ ନାଁରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଉପରେ ସରକାରଙ୍କ ତରଫରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି।

ଭୂତ ଛାତ୍ରଛାତ୍ରୀଙ୍କ ନାଁରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଉପରେ ସରକାରଙ୍କ ତରଫରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି।

Teacher

କଟକ: ଭୂତ ଛାତ୍ରଛାତ୍ରୀଙ୍କ ନାଁରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଉପରେ ସରକାରଙ୍କ ତରଫରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଏହି ପ୍ରସଂଗରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରାଯାଇ ଜାଲ୍ ଶିକ୍ଷକମାନଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମଧ୍ୟ ଉଲ୍ଲେଖ କରାଯାଇଛି। ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା କେତେକଙ୍କୁ ବହିଷ୍କାର କରାଯାଇଛି। ଏ ନେଇ ଆପରାଧିକ ମାମଲା ରୁଜୁ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ଜାଲ୍‌ ସାର୍ଟିଫିକେଟ ବଳରେ ଚାକିରି କରି ପରବର୍ତ୍ତୀ ସମୟରେ ବହିଷ୍କୃତ ହୋଇଥିବା ଶିକ୍ଷକଙ୍କ ଠାରୁ ଦରମା ବାବଦ ଅର୍ଥ ଆଦାୟ କରାଯାଇଛି କି ନାହିଁ ସେ ନେଇ ହାଇକୋର୍ଟ ଆଜି ଜାଣିବାକୁ ଚାହିଁଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପ୍ରିଲ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ହାଇକୋର୍ଟରେ ଭୂତ ସ୍କୁଲ, ଜାଲ୍‌ ଶିକ୍ଷକ, ମଧ୍ୟାହ୍ନ ଭୋଜନ ହଡ଼ପ ମାମଲା

ଏହି ମାମଲାରେ ୨୦୨୩  ଜୁଲାଇ ୧୯ ସୁଦ୍ଧା ରହିଥିବା ସ୍ଥିତି ନେଇ ଏକ ସତ୍ୟପାଠ ପୂର୍ବରୁ ସରକାରଙ୍କ ତରଫରୁ ଦାଖଲ କରାଯାଇଥିଲା। ଜାଲ୍‌ ସାର୍ଟିଫିକେଟ ବଳରେ ଶିକ୍ଷକ ନିଯୁକ୍ତି ପାଇଥିବା ୩୮୪କୁ ଚିହ୍ନଟ କରାଯାଇଥିଲା। ଏହି ଘଟଣାରେ ୨୩୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜାଲ୍‌ ସାର୍ଟିଫିକେଟ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଚାକିରିରୁ ବହିଷ୍କାର ସଂପର୍କିତ ନୋଟିସ୍‌ ପାଇବା ପରେ କେତେ ଜଣ ଅଦାଲତରେ ମାମଲା ରୁଜୁ କରିଥିଲେ। ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ୨୦୨୪ ଜୁଲାଇ ୨ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାନି ସତ୍ୟପାଠ ଦାଖଲ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ୨୦୨୪ ଜୁଲାଇ ୭ରେ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରୁ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଆଣି ଓଡ଼ିଶାରେ କେତେକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ଆଣି ଏହି ମାମଲା ରୁଜୁ ହୋଇଥିଲା। ମାମଲାରେ ଆମିକସ୍‌କ୍ୟୁରୀ ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe