Image Courtesy of India Today
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ନୂଆଁଖାଇ ଜୁହାର୍। ଏହି ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ନୂଆଁଖାଇ ଅବସରରେ ଆମେ ଆମ ଚାଷୀ ଭାଇଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରିବା। ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିଛନ୍ତି ଯେ, ସମସ୍ତଙ୍କୁ ମୋର ନୂଆଁଖାଇ ଜୁହାର। ନୂଆଁଖାଇ ହେଉଛି ମାଟିର ପର୍ବ। ଆମ ଚାଷୀ ଭାଇଭଉଣୀମାନେ ହେଉଛନ୍ତି ମାଟି ମା'ର ସବୁଠୁ ବଡ଼ ପୂଜାରୀ। ନୂଆଁଖାଇର ପବିତ୍ର ଅବସରରେ ଆମର ଚାଷୀମାନଙ୍କୁ କାଳିଆ ଯୋଜନା ସହାୟତା ରାଶି ପ୍ରଦାନ କରି ମୁଁ ବହୁତ ଖୁସି। ଏହାଦ୍ୱାରା ୩୭ଲକ୍ଷ ଚାଷୀ ପରିବାର ଉପକୃତ ହେବେ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରିଛନ୍ତି ଯେ, ନୂଆଁଖାଇ ପର୍ବର ପବିତ୍ର ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ପ୍ରଗତି କାମନା କରୁଛି। ନୂଆଁଖାଇ ଜୁହାର୍।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିଛନ୍ତି ଯେ, ନୂଆଁଖାଇ ଜୁହାର୍। ନୂଆଁଖାଇର୍ ଉଧେ ମାଏନ୍ତା ଗୁରୁଜନ, ମାଁ ବହେନ୍ ଆଉ ଦାଦା-ଭାଏମାନକୁଁ ସଭ୍କେ ‘ଜୁହାର୍’ କରୁଛେଁ। ଆପନ୍ ମାନ୍କଁର୍ ଜୀବନ୍ ଥି, ପରିବାର୍ ଥି ସୁଖ, ଶାନ୍ତି ରହୁ ଆଉ ସଭେଁ ନିରାମୟ ଜୀବନ ଜିଉଁନ୍, ଇଟା କାମ୍ନା କରୁଛେଁ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/07/modi-1.jpg)