୬ ରାଜ୍ୟର କରୋନା ସ୍ଥିତି ସମୀକ୍ଷା ‌କଲେ ପ୍ରଧାନମନ୍ତ୍ରୀ: ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌-ଭାକ୍ସିନେଟ୍‌କୁ ଗୁରୁତ୍ବ ଦିଅ

Advertisment

ମହାରାଷ୍ଟ୍ର, କେରଳର ସଂକ୍ରମଣ ବୃଦ୍ଧି ଗଭୀର ଚିନ୍ତାର ବିଷୟ: ମୋଦୀ

ମହାରାଷ୍ଟ୍ର, କେରଳର ସଂକ୍ରମଣ ବୃଦ୍ଧି ଗଭୀର ଚିନ୍ତାର ବିଷୟ: ମୋଦୀ

୬ ରାଜ୍ୟର କରୋନା ସ୍ଥିତି ସମୀକ୍ଷା ‌କଲେ ପ୍ରଧାନମନ୍ତ୍ରୀ: ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌-ଭାକ୍ସିନେଟ୍‌କୁ ଗୁରୁତ୍ବ ଦିଅ

Image Courtesy of India Today

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ସମେତ ୬ଟି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଦେଶରେ କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରୀ ଆସିବା ପୂର୍ବରୁ ଗତ ଜାନୁଆରି ଏବଂ ଫେବ୍ରୁଆରିରେ ସମାନ ପ୍ରକାରର ଧାରା ଦେଖିବାକୁ ମିଳିଥିଲା। ଏବେ ଦେଶରେ ସମ୍ଭାବ୍ୟ ତୃତୀୟ ଲହର ସଂପର୍କରେ ଆଲୋଚନା ଚାଲିଛି। ଗତ କିଛିଦିନ ମଧ୍ୟରେ ଏହି ୬ଟି ରାଜ୍ୟରୁ ଦେଶର ପାଖାପାଖି ୮୦ ପ୍ରତିଶତ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଯେଉଁସବୁ ରାଜ୍ୟରେ ଅଧିକ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ପାଇଁ ସେମାନଙ୍କୁ ଅଧିକ ସକ୍ରିୟ ପଦକ୍ଷେପ ନେବାକୁ ପଡ଼ିବ। ଟେଷ୍ଟ୍‌-ଟ୍ରାକ-ଟ୍ରିଟ୍-ଭାକ୍ସିନେଟ୍‌କୁ ଧ୍ୟାନରେ ରଖି ଆମକୁ ଆଗକୁ ବଢ଼ିବାକୁ ‌ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି।

ପ୍ରଥମେ ବିଶେଷଜ୍ଞମାନଙ୍କ ଧାରଣା ଥିଲା ଯେ ଯେଉଁସବୁ ରାଜ୍ୟରେ ଦ୍ବିତୀୟ ଲହର ଆରମ୍ଭ ହୋଇଥିଲା ସେଠାରେ ପରିସ୍ଥିତି ପ୍ରଥମେ ନିୟନ୍ତ୍ରଣକୁ ଆସିବ। କିନ୍ତୁ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ହିଁ ଆମ ସମସ୍ତ ପାଇଁ ଏବଂ ଦେଶ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଆଇସିୟୁ ବେଡ୍‌ ସ୍ଥାପନ, ଟେଷ୍ଟିଂ କ୍ଷମତା ବୃଦ୍ଧି ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ସବୁ ରାଜ୍ୟକୁ ପାଣ୍ଠି ଯୋଗାଇ ଦିଆଯାଉଛି। ନିକଟରେ କେନ୍ଦ୍ର ସରକାର ୨୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ‌ଜରୁରୀକାଳୀନ କୋଭିଡ ମୁକାବିଲା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପାରସ୍ପରିକ ସହଯୋଗ ଏବଂ ମିଳିତ ଉଦ୍ୟମରେ ଦେଶ କରୋନା ମହାମାରୀର ଲଢ଼େଇ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ସହିତ ଆଲୋଚନା କରିଛନ୍ତି। ଦେଶର ଉତ୍ତର ପୂର୍ବାଞ୍ଚଳର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିବାର ୩ ଦିନ ପରେ ଆଜି ଉପରୋକ୍ତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe