ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ,ସ୍ୱାଗତ ପାଇଁ ପହଞ୍ଚିଲେ ରାଜ୍ୟପାଳ

ଝାରସୁଗୁଡା: ଆଉ କିଛି ସମୟ ପରେ ଝାରସୁଗୁଡାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ଯୁବ ସମାବେଶ ପାଇଁ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ସଭାସ୍ଥଳରେ ପହଞ୍ଚି ସାରିଲେଣି.....

Prime Minister will arrive shortly

Prime Minister will arrive shortly

ଝାରସୁଗୁଡା: ଆଉ କିଛି ସମୟ ପରେ ଝାରସୁଗୁଡାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ଯୁବ ସମାବେଶ ପାଇଁ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ସଭାସ୍ଥଳରେ ପହଞ୍ଚି ସାରିଲେଣି। ସଭାସ୍ଥଳ ଏସପିଜି ନିୟନ୍ତ୍ରଣରେ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସଭାକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସେପଟେ, ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ବାରିକେଡ଼ ବି ପ୍ରସ୍ତୁତ କରାଯାଇଛି।

ସଭାସ୍ଥଳ ଅଭିମୁଖେ ବାହାରିଥିବା ପ୍ରତିଟି ଗାଡିକୁ ଯାଞ୍ଚ୍ କରାଯାଉଥିବା ବେଳେ ଏସପିଜି ଦ୍ୱାରା ପ୍ରାଧିକୃତ ପାସ ଥିବା ଗାଡିକୁ ହିଁ ସଭାସ୍ଥଳ ଅଭିମୁଖେ ଛଡ଼ାଯାଉଛି।

Prime Minister will arrive shortly
Prime Minister will arrive shortly

ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଝାରସୁଗୁଡାରେ ରାଜ୍ୟପାଳ ହରିବାବୁ କମ୍ଭମପତି ପହଞ୍ଚିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଝାରସୁଗୁଡା। ୩ ଦିନ ହେବ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ରୁ ଅଧିକ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହା ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।

Prime Minister will arrive shortly
Prime Minister will arrive shortly

କିଛି ସମୟ ପୂର୍ବରୁ ବିମାନ ବନ୍ଦର ପରିସରରେ ରାଜ୍ୟପାଳ ଶ୍ରୀ କମ୍ଭମପତି ପହଞ୍ଚିବା ପରେ ସ୍ୱତନ୍ତ୍ର କାରକେଡ଼ ଯୋଗେ ସଭାସ୍ଥଳ ଅଭିମୁଖେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାରେ ବାରିକେଡ଼ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

WhatsApp Image 2025-09-27 at 10.05.42 AM

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଉ କିଛି ସମୟ ବାକି ରହିଛି। ଏହା ପୂର୍ବରୁ ସଭାସ୍ଥଳରେ ଲୋକଙ୍କ ଭିଡ଼ ଜମିଲାଣି।ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ଅମଲୀପାଲିସ୍ଥିତ ପଡିଆରେ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହୋଇସାରିଲାଣି। ସଭାସ୍ଥଳରେ ୩ଟି ସ୍ୱତନ୍ତ୍ର ଟେଣ୍ଟ କରାଯାଇଛି।

WhatsApp Image 2025-09-27 at 10.05.43 AM

ଗୋଟିଏ ଟେଣ୍ଟରେ ଯୁବ ସମାବେଶରେ ସାମିଲ ହେଉଥିବା କଲେଜ ଛାତ୍ରଛାତ୍ରୀ, ଦ୍ଵିତୀୟ ଟେଣ୍ଟରେ ବିଧାୟକ, ମନ୍ତ୍ରୀ ରହିଥିବା ବେଳେ ତୃତୀୟ ଟେଣ୍ଟ ସରକାରୀ ଅଧିକାରୀ, କର୍ମଚାରୀ ଓ ଭିଭିଆଇପିଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ୩ଟି ଯାକ ଟେଣ୍ଟରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ହାତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲା କାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି।

ତେଜସକର ମହାପାତ୍ର‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe