ପ୍ରଧାନମନ୍ତ୍ରୀଙ୍କ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ସମ୍ମାନଜନକ ସାସାକାୱା ପୁରସ୍କାର

ପ୍ରଧାନମନ୍ତ୍ରୀଙ୍କ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ସମ୍ମାନଜନକ ସାସାକାୱା ପୁରସ୍କାର

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ତଥା ସମ୍ବଲପୁରର ସୁଯୋଗ୍ୟ ସନ୍ତାନ ପ୍ରମୋଦ କୁମାର ମିଶ୍ରଙ୍କୁ ଜାତିସଂଘ ପକ୍ଷରୁ ଅତ୍ୟନ୍ତ ମର୍ଯ୍ୟାଦାଜନକ ‘ସାସାକାୱା-୨୦୧୯’ ପୁରସ୍କାର ପ୍ରଦାନ କରାଯାଇଛି। ସୁଇଜରଲାଣ୍ଡର ଜେନେଭାଠାରେ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ ସଂଗଠନ (ୟୁଏନ୍‌ଡିଆର୍‌ଆର୍‌)ର ବିଶ୍ବ ସମ୍ମିଳନୀରେ ଗତ ଗୁରୁବାର ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ ବିପର୍ଯ୍ୟୟର ସମ୍ମୁଖୀନ ‌େହଉଥିବା ବିଭିନ୍ନ ଗୋଷ୍ଠୀଙ୍କ ବିପଦରୁ ମୁକୁଳିବା କ୍ଷମତା ବୃଦ୍ଧି ଓ ଏଥିରେ ସାମାଜିକ ସଂପୃକ୍ତିକରଣ ବଢ଼ାଇବା କ୍ଷେତ୍ରରେ ଦୀର୍ଘକାଳୀନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହା ଭାରତ ପାଇଁ ଏକ ବଡ଼ ସାଫଲ୍ୟ ବୋଲି ବିବେଚନା କରାଯାଉଛି।

ସୂଚନାଯୋଗ୍ୟ ଗତ ୩୦ ବର୍ଷ ତଳୁ ବିପର୍ଯ୍ୟୟ ବିପଦ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୟୁଏନ୍‌ଡିଆର୍‌ଆର୍‌ ଓ ନିପନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଏହି ସାସାକାୱା ପୁରସ୍କାର ବ୍ୟକ୍ତିବିଶେଷ କିମ୍ବା କୌଣସି ସଂଗଠନକୁ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହି ପୁରସ୍କାର ଦୌଡ଼ରେ ୩୧ଟି ଦେଶର ୬୧ସଂସ୍ଥା ଓ ବ୍ୟକ୍ତିବିଶେଷ ଥିଲେ। ମାତ୍ର ସମ୍ବଲପୁରର ପୁଅ ଶ୍ରୀ ମିଶ୍ରଙ୍କୁ ଏହା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe