୫ ଲକ୍ଷର ଏରିଅର କରାଇଦେବାକୁ ଲକ୍ଷେ ଟଙ୍କା ନେଉଥିଲେ ଅଧ୍ୟକ୍ଷ, ଧରିଲା ଭିଜିଲାନ୍ସ

Advertisment

ଅତି ଲୋଭରେ ବିପରିତ ସ୍ଥିତ ପହଞ୍ଚିଥାଏ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ଏଭଳି ଏକ ପରିସ୍ଥିତିର ସାମ୍ନା କରିଛନ୍ତି ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳିନୀ ରଂଜନ ଭୁୟା।

ଅତି ଲୋଭରେ ବିପରିତ ସ୍ଥିତ ପହଞ୍ଚିଥାଏ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ଏଭଳି ଏକ ପରିସ୍ଥିତିର ସାମ୍ନା କରିଛନ୍ତି ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳିନୀ ରଂଜନ ଭୁୟା।

89e7ed86-d398-481e-b33a-368e69e35702

ଭୁବନେଶ୍ବର: ଲୋଭ ମନୁଷ୍ୟକୁ ବିପଥଗାମୀ କରାଇଥାଏ। ଅତି ଲୋଭରେ ବିପରିତ ସ୍ଥିତ ପହଞ୍ଚିଥାଏ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ଏଭଳି ଏକ ପରିସ୍ଥିତିର ସାମ୍ନା କରିଛନ୍ତି ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳିନୀ ରଂଜନ ଭୁୟା। ନିଜ କଲେଜର ଜଣେ ସହକର୍ମୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଆଜି ଭିଜିଲାନ୍ସ ଜାଲରେ ଫନ୍ଦି ହୋଇଯାଇଛନ୍ତି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଶୀ ଭୂୟାଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରିଛନ୍ତି।

ସୂଚନା ଅନୁସାରେ ନିଳିନୀ ରଂଜନ ଭୁୟା ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି। ଏହି କଲେଜରେ ତାଙ୍କର ଜଣେ ସହକର୍ମୀଙ୍କ ୫ ଲକ୍ଷ ଟଙ୍କା ଏରିୟର ପାଇବାର ଅଛି। ଏହି ଏରିୟର ଟଙ୍କା ପାଇବା ପାଇଁ ସହକର୍ମୀ ଜଣକ ଶ୍ରୀ ଭୂୟାଙ୍କୁ ବହୁବାର ଅନୁରୋଧ କରିଥିଲେ। ଶେଷରେ ଶ୍ରୀ ଭୂୟା ୧ ଲକ୍ଷ ଟଙ୍କା ଦେଲେ କାମ ହୋଇଯିବ କହିଥିଲେ। ଏହାକୁ ନେଇ କଲେଜ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ଶ୍ରୀ ଭୂୟାଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଇଥିଲା। 

ନିଳିନୀ ରଂଜନ ଭୁୟା ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି। ଏହି କଲେଜରେ ତାଙ୍କର ଜଣେ ସହକର୍ମୀଙ୍କ ୫ ଲକ୍ଷ ଟଙ୍କା ଏରିୟର ପାଇବାର ଅଛି। ଏହି ଏରିୟର ଟଙ୍କା ପାଇବା ପାଇଁ ସହକର୍ମୀ ଜଣକ ଶ୍ରୀ ଭୂୟାଙ୍କୁ ବହୁବାର ଅନୁରୋଧ କରିଥିଲେ। ଶେଷରେ ଶ୍ରୀ ଭୂୟା ୧ ଲକ୍ଷ ଟଙ୍କା ଦେଲେ କାମ ହୋଇଯିବ କହିଥିଲେ।

ଶ୍ରୀ ଭୂୟାଙ୍କୁ ଆଜି ସହକର୍ମୀ ଜଣକ ୧ ଲକ୍ଷ ଟଙ୍କା ଦେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ପହଞ୍ଚି ଥିଲା। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଲାଞ୍ଚ ଭାବରେ ନିଆଯାଇଥିବା ୧ ଲକ୍ଷ ଟଙ୍କା ଜବତ କରିଥିଲେ। ଶ୍ରୀ ଭୂୟା ଟଙ୍କା କେଉଁଠାରୁ ଆସିଲା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe