ବଢ଼ିବ ଅଧ୍ୟାପକଙ୍କ ଡ୍ୟୁଟି ସମୟ: ଏଣିକି ୫ ନୁହେଁ, ୭ ଘଣ୍ଟା କଲେଜରେ ରହିବେ

Advertisment
ବଢ଼ିବ ଅଧ୍ୟାପକଙ୍କ ଡ୍ୟୁଟି ସମୟ: ଏଣିକି ୫ ନୁହେଁ, ୭ ଘଣ୍ଟା କଲେଜରେ ରହିବେ

ଭୁବନେଶ୍ୱର: କଲେଜରେ ଅଧିକ ସମୟ କଟାଇବେ ଅଧ୍ୟାପକ। ଏଣିକି ପାଂଚ ଘଂଟା ନୁହେଁ ସାତ ଘଂଟା ରହିବେ କଲେଜରେ। ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ ସରକାରୀ କଲେଜର ପ୍ରିନ୍‌ସିପାଲଙ୍କ ସହ ଆଲୋଚନା କରିଛନ୍ତି। ୟୁଜିସି ନିୟମ ଅନୁଯାୟୀ ଅଧ୍ୟାପକମାନେ ୫ ଘଂଟା ପାଠ ପଢା ପରେ ସରକାରୀ କାର୍ଯ୍ୟ କରିଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ୫ ଘଂଟା ପୂର୍ବରୁ ଅଧ୍ୟାପକମାନେ କଲେଜରୁ ପଳାଇ ଯାଉଛନ୍ତି।

publive-image

ତେଣୁ କଲେଜଗୁଡିକରେ ବାଇଓ ମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଉଛି। ୫୨ଟି ସରକାରୀ କଲେଜରୁ ୧୬ଟି କଲେଜରେ ବାଇଓମେଟ୍ରିକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଦୁଇରୁ ତିନି ମାସ ମଧ୍ୟରେ ସମସ୍ତ ସରକାରୀ କଲେଜଗୁଡିକରେ ସ୍ଥାୟୀ ପ୍ରିନ୍‌ସିପାଲ ନିଯୁକ୍ତ କରାଯିବ, ଗତ ବାର ବର୍ଷ ହେଲା ୫୨ଟି ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍‌ସିପାଲ ନାହାନ୍ତି, ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସସିକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ସଚିବ ପାର୍ଥ ସାରଥୀ ମିଶ୍ର।

ଆଜିର ବୈଠକରେ ପ୍ରିନ୍‌ସିପାଲମାନଙ୍କ ସହିତ ଆଲୋଚନାରେ ସରକାରୀ କଲେଜରେ ସ୍ମାର୍ଟ କ୍ଲାସ, କଲେଜର ଭିତ୍ତିଭୂମି, ରୁଷା ଅର୍ଥ ଖର୍ଚ୍ଚ, ପରୀକ୍ଷା ପରିଚାଳନା ଭଳି ତମାମ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ ଓ ଅତିରିକ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe