ସୁରକ୍ଷା, ଶୃଙ୍ଖଳାକୁ ପ୍ରାଥମିକତା: ଜିଲ୍ଲାପାଳ

Advertisment

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।

sdsdgdddg

ପୁରୀ: ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଜିଲ୍ଲାପାଳ ଚଞ୍ଚଳ ରାଣା। ଶ୍ରୀ ରାଣା ଆଜି ଶରଧାବାଲିରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବୁ। ଭକ୍ତମାନେ ଯେଭଳି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହା ଆମେ ନିଶ୍ଚିତ କରିବୁ। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ଆମର ପ୍ରାଥମିକତା ରହିବ ବୋଲି ସେ ଏହି ଅବସରରେ କହିଛନ୍ତି।  

ପୁରୀ ବିଧାୟକ ସୁନୀଲ ମହାନ୍ତି କହିଛନ୍ତି, ତିନିଦିନ ହେଲା ବିଶୃଙ୍ଖଳା ଲାଗି ରହିଛି। ଶ୍ରୀଗୁଣ୍ଡିଚା ଦିନ ଭକ୍ତ ରଥ ଦଉଡ଼ି ନେଇ ପଳେଇଲେ। ରଥରେ ବନ୍ଧା ହୋଇ ନଥିଲା, ଲୋକେ ଟାଣିନେଲେ। ସେବେଠାରୁ ପରିଚାଳନାଗତ ତ୍ରୁଟିକୁ ସୁଧାରି ନାହାନ୍ତି। ଏବେ ଭକ୍ତଙ୍କୁ ମାରିଦେଲେ। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ପୁରୀ ଶରଧାବାଲିରେ ଉପୁଜିଥିବା ଅଭାବନୀୟ ସ୍ଥିତି ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ। ଦିବଙ୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ନିର୍ଦ୍ଦେଶ ହୋଇଛି। 

‘ବି’ ଟିମ୍‌ କୁଆଡ଼େ ଗଲା? : ସୁଦର୍ଶନ
ତିନିଦିନ ହେଲା ଚାଲିଛି ବିଶୃଙ୍ଖଳା: ପୁରୀ ବିଧାୟକ

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଦଳାଚକଟା ବେଳେ ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ନଥିଲେ। ରଥ ପହଞ୍ଚିବା ପରେ ଆଉ ଗୋଟିଏ ‘ବି’ ଟିମ୍‌ ରହିବା କଥା। ଟିମ୍‌ କୁଆଡ଼େ ଗଲା? ଯଦି ଏସ୍‌ପି, ଜିଲ୍ଲାପାଳ ବଦଳିଲେ ତେବେ ‘ବି’ ଟିମ୍‌ ଦାୟିତ୍ବରେ ଥିବା ଅଧିକାରୀ କାହିଁକି ବଦଳିବେନି ବା କାର୍ଯ୍ୟାନୁଷ୍ଠାନ ହେବନି? ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର, ପରେ ତଦନ୍ତ କରିବ। ପ୍ରଶାସନିକ ଅବହେଳାରୁ ଅଘଟଣ ଘଟିଛି, ନ ହେଲେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲା? ରଥ ଉପରେ ଦର୍ଶନ କରିବାକୁ ଭକ୍ତ ଆସିବେ। କିନ୍ତୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଶାସନର। ପୂର୍ବରୁ ଭକ୍ତମାନେ ରାତିରେ ସମୁଦ୍ରକୂଳ ଚାଲି ଯାଉଥିଲେ। ହେଲେ ସେଠାରେ ମେଳା ଚାଲିଛି। ଦିଗବାରେଣୀ ଖୁଣ୍ଟିରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଜାଗାନାହିଁ। ଲୋକ ଯିବେ କୁଆଡ଼େ? ରଥଯାତ୍ରା ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ଅଭିଜ୍ଞ ଦଳ ଦରକାର। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା।

ଏହି ଘଟଣା ଯେଭଳି ପୁନରାବୃତ୍ତି ନ ହେଉ ତାହା ପ୍ରଶାସନ ନିଶ୍ଚିତ କରୁ। ଶ୍ରୀଗୁଣ୍ଡିଚା ଦିନ ପହୁଡ଼ ହେଲାନି। ସାରା ରାତି ମହାପ୍ରଭୁଙ୍କୁ ରଥଉପରେ ଦର୍ଶନ କଲେ ଭକ୍ତ। ପରଦିନ ତିନିରଥ ଶରଧାବାଲିରେ ଲାଗିଲା। ଲୋକ ଭାବିଥିଲେ ସାରା ରାତି ଦର୍ଶନ ହେବ। ଭୁବନେଶ୍ବର ତଥା ଜିଲ୍ଲା ବାହାରୁ ଭକ୍ତମାନଙ୍କର ସୁଅ ଛୁଟିଥିଲା ପୁରୀକୁ। ଶତାଧିକ ଗାଡ଼ି ଟ୍ରାଫିକ୍‌ କଟକଣା ଯୋଗୁ ୪ ଘଣ୍ଟା ରାସ୍ତାରେ ଫସି ରହିଲେ। ଏଣେ ୧୨ଟା ୧୫ରେ ପହୁଡ଼ କରିଦେଲେ। ଫଳରେ ଭକ୍ତ ସବୁ ଜମା ହୋଇ ରହିଲେ। ଲୋକ ଜଗି ରହିଲେ। ଟେରା ଫିଟୁ ଫିଟୁ ଯିଏ ଯେଉଁଠି ଥିଲେ ମାଡ଼ି ଆସିଲେ। ନିୟନ୍ତ୍ରଣ କରିବାକୁ କେହି ନଥିଲେ। ଯେଉଁଥିପାଇଁ ଏହି ଅଘଟଣ ଘଟିଲା ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe