ଜେଲରୁ ଫେରାର କଏଦୀ ଗିରଫ

Advertisment
ଜେଲରୁ ଫେରାର କଏଦୀ ଗିରଫ

ରୁପ୍ରାରୋଡ୍‌/ରୁପ୍ରା : ମ. ରାମପୁର ସବ୍ ଜେଲରୁ ଗତ ଫେବ୍ରୁଆରି ୧୧ ତାରିଖ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ୍ ଅଧୀନ ରୁପ୍ରାରୋଡ୍ ଗ୍ରାମର ବିଶ୍ୱାମିତ୍ର ମାଝୀ କୌଶଳ କ୍ରମେ ବାଡ଼ ଡେଇଁ ଫେରାର ହୋଇ ଯାଇଥିଲେ। ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ ଥିଲେ ମଧ୍ୟ ପରିବାର ଲୋକେ ଜାମିନ ଆବେଦନ କରି ନ ଥିବାରୁ ମ. ରାମପୁର ଜେଲରେ ରହିଥିଲେ। ବିଶ୍ବାମିତ୍ର ଫେରାର ହେବା ପରଠାରୁ ନର୍ଲା ପୁଲିସ ଖୋଜାଖୋଜି ଜାରି ରଖିଥିଲା।

ତେବେ କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ସକାଳେ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର ଓ ଏଏସଆଇ ଗଜାନନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ଚିଆଁପଦର ଗ୍ରାମ ନିକଟସ୍ଥ ଏବିସି ଛକରୁ ବିଶ୍ୱାମିତ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସକୁ ଦେଖି ହଠାତ୍ ବିଶ୍ବାମିତ୍ର ଦଉଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ କୌଣସି ପ୍ରକାରେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏହାପରେ ଗିରଫ ବିଶ୍ବାମିତ୍ରଙ୍କୁ ନର୍ଲା ଥାନାକୁ ନିଆ ଯାଇଥିଲା। ସନ୍ଧ୍ୟାରେ ମ.ରାପୁର ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ନର୍ଲା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe