ଝାରସୁଗୁଡ଼ା ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପକାରାଗାର ମଧ୍ୟରେ ଥିବା ଏକ ଗଛ ଡାଳରେ ଗାମୁଛା ବାନ୍ଧି କଏଦୀ ସୁବାସ ରୋହିଦାସ ଆତ୍ମହତ୍ୟା କରିଛନ୍ତି।

ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗ୍ରାମର ସୁବାସ ୨୦୧୫ ମସିହାର ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ୨୭ ଜୁଲାଇ ୨୦୨୨ରେ ମାନ୍ୟବର କୋର୍ଟ ତାଙ୍କୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇ ଥିଲେ। ସେହିଦିନଠାରୁ ସେ ଜେଲ୍‌ରେ ଥିଲେ। ଗୁରୁବାର ଅପରାହ୍‌ଣ ୨.୨୦ମି.ରେ ଜେଲ ପରିସରରେ ଥିବା ଏକ ଗଛରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି। ଝୁଲନ୍ତା ଅବସ୍ଥାରେ ଥିବା ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଅଧିକ ତଦନ୍ତ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe