ଯାଜପୁର : ବିଚାରାଧୀନ କଏଦୀ ମୃତ୍ୟୁ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ବ୍ୟାସନଗର/ରଗଡ଼ି : ଯାଜପୁରରୋଡ ସବ ଜେଲର ବିଚାରାଧୀନ ଜଣେ କଏଦୀର ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ହୋଇଯାଇଛି। ମୃତ କଏଦୀ ବଡ଼ଚଣା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ଗନ୍ଧର୍ବ ସ୍ବାଇଁ। ଗତ ଡିସେମ୍ବର ୪ତାରିଖ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ସୁକିନ୍ଦା ଥାନା ହରିପୁର କାଜୁ ଜଙ୍ଗଲରେ ହାତରେ ବୋମା ଫାଟି ଗନ୍ଧର୍ବ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଡାହାଣ ହାତ କଟାଯାଇଥିଲା। ପରେ ସୁକିନ୍ଦା ପୁଲିସ୍ ଗନ୍ଧର୍ବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

publive-image Newsfast

ଯାଜପୁରରୋଡ ସବଜେଲ ରଗଡ଼ି ଠାର ସେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଆଜି ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଯାଜପୁରରୋଡ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ଅଣାଯିବା ବାଟରେ ଗନ୍ଧର୍ବଙ୍କର ମୃତ୍ୟୁ ହୋଇଥିଲା। ଯାଜପୁରରୋଡ ଆଇଆଇସି ଅନିଲ କୁମାର ମହାନ୍ତି, ବ୍ୟାସନଗର ତହସିଲଦାର ଶରତ କୁମାର ମହାପାତ୍ର, ଯାଜପୁରରୋଡ ଥାନା ଏସଆଇ ପବିତ୍ରମୋହନ ମହାରଣା, ରାଜେଶ ସେଠୀ ପ୍ରମୁଖ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିଲେ। ପରିବାର ଲୋକଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ପହଞ୍ଚି ନାହାନ୍ତି। ଆସନ୍ତାକାଲି ସୁଦ୍ଧା ପରିବାର ଲୋକ ଶବ ଗ୍ରହଣ ନକଲେ ଶେଷକୃତ୍ୟ କରିଦିଆଯିବ ବୋଲି ତହସିଲଦାର ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe