ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

Advertisment
ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ : ପୁରୀ ଜିଲ୍ଲା କାରାଗାରରେ ଜନୈକ କଏଦୀ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଶରଧାପୁର ନିବାସୀ ସେକ୍ ଆକବର ମହମ୍ମଦ (୧୮) ପୁରୀ ଜିଲ୍ଲା କାରାଗାରର ୨୪ ନମ୍ବର ପ୍ରକୋଷ୍ଠରେ ଅନ୍ୟ ୧୬ ଜଣ କଏଦୀଙ୍କ ସହିତ ରହୁଥିଲେ। ଆଜି ସେ ନିଜ ଘରକୁ ଫୋନ୍‌ କରିବା ପରେ ଦିନ ସାଢ଼େ ଏଗାରଟା ସମୟରେ ଭୋଜନ କରିଥିଲେ। ପରେ ସେ ପାଇଖାନାକୁ ଯାଇ ସେଠାରେ ନିଜ ଗାମୁଛାକୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ। ତାଙ୍କ ପ୍ରକୋଷ୍ଠରେ ରହୁଥିବା ଅନ୍ୟ କଏଦୀମାନେ ଏହା ଜାଣିବା ପରେ ୱାର୍ଡରମାନଙ୍କୁ ଖବର ଦେଇଥିଲେ। ଜେଲ୍‌ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ସେକ୍ ଆକବର ଦୁଇ ବର୍ଷ ତଳେ ସେ ତାଙ୍କ ଶାଳୀକୁ ଅପହରଣ କରି ନେଇ ମୁମ୍ବାଇକୁ ଚାଲି ଯାଇଥିଲେ। ଶ୍ବଶୁର ଘର ଲୋକେ ଆକବରଙ୍କୁ ମୁମ୍ବାଇରୁ ଡକାଇଥିଲେ। ସାଙ୍ଗରେ ଦୁଇ ମାସର ଗର୍ଭବତୀ ଶାଳୀକୁ ଧରି ପିପିଲିକୁ ଫେରିବା ପରେ ଆକବରଙ୍କୁ ଅଟକ ରଖି ଯସ୍ମିନ୍‌ ପିପିଲି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଆକବରଙ୍କୁ ଗିରଫ କରି ଗତ ମାସ ୧୮ ତାରିଖରେ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe