ଜେଲର୍‌ଙ୍କ ମାଡ଼ରେ କଏଦୀ ଆହତ

Advertisment
ଜେଲର୍‌ଙ୍କ ମାଡ଼ରେ କଏଦୀ ଆହତ

Pragativadi

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବ୍‌ଜେଲର ରବିବାର ଜେଲର୍‌ଙ୍କ ମାଡ଼ରେ ଜଣେ କଏଦୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଜେଲର୍‌ଙ୍କ ମନମୁଖି ବିରୋଧରେ ସ୍ବରୋତ୍ତୋଳନ କରିବାରୁ ତାଙ୍କୁ ମାଡ଼ ହୋଇଥିବା କଏଦୀ ଜଣକ କହିଛନ୍ତି। ଆହତ କଏଦୀ କାର୍ତ୍ତିକ ନାଏକଙ୍କ କହିବାନୁସାରେ କଏଦୀମାନଙ୍କୁ ସବୁବେଳେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବାରୁ ବିଭିନ୍ନ ସମୟରେ ସେ ଅନ୍ୟ କଏଦୀଙ୍କ ସହ ମିଶି ପ୍ରତିବାଦ କରିଆସୁଥିଲେ।

ଏପରି କି କିଛି ତଳେ କଏଦୀମାନେ ପ୍ରତିବାଦ କରି ଜେଲ ଭିତରେ ଧାରଣାରେ ମଧ୍ୟ ବସିଥିଲେ। ଯାହାକୁ ନେଇ ଜେଲର୍‌ କାର୍ତ୍ତିକଙ୍କ ଉପରେ ରାଗି ଯାଇଥିଲେ। ଫଳ ସ୍ବରୂପ ଆଜି ଜେଲର୍‌ ଉପେନ୍ଦ୍ର ଜେନା ଜେଲ୍‌ ଭିତରେ କାର୍ତ୍ତିକଙ୍କୁ ମାଡ଼ ମାରିଥିଲେ। ବର୍ତ୍ତମାନ ସେ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ। ଅନ୍ୟପଟେ ଜେଲର୍‌ ଶ୍ରୀ ଜେନାଙ୍କୁ ଏ ସଂପର୍କରେ ପଚାରିବାରେ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, କଏଦୀ କାର୍ତ୍ତିକ ସବୁବେଳେ ଜେଲ୍‌ରେ ଅନ୍ୟ କଏଦୀମାନଙ୍କ ସହିତ ଗଣ୍ଡଗୋଳ ଭିଆଇଥାଏ। ଯଦ୍ବାରା କାର୍ତ୍ତିକ ସହ ଅନ୍ୟ ଦୁଇ କଏଦୀଙ୍କୁ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଖବର ପାଇବା ପରେ ସେ ନିଜେ ଏଭଳି କାଣ୍ଡ କରିଥିବା ଓ ନିଜେ ନିଜକୁ ଆଘାତ ଦେଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe