ହାଜତ ମୃତ୍ୟୁ ଘଟଣା: ଏନ୍‌ଏଚ୍‌ଆର୍‌ସିଙ୍କ ତଦନ୍ତ ଆରମ୍ଭ

Advertisment

ବାପା ମା, ଆଇନଜୀବୀ, ଆଇଓଙ୍କୁ ପଚରାଉଚରା

ବାପା ମା, ଆଇନଜୀବୀ, ଆଇଓଙ୍କୁ ପଚରାଉଚରା

କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଠାରୁ ଏଟିଆର୍‌ ତଲବ

Image Courtesy of Ipleaders Blog

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିସନ।

ଆଜି ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରା ନିଯୁକ୍ତ ରାପୋଟର୍‌ ଡ. ବିନୋଦ ଅଗ୍ରୱାଲ ପୁରୀ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ମଧ୍ୟ ତଦନ୍ତ ଜାରି ରହିବ। ମୃତ କେ ରମେଶଙ୍କ ପିତା କେ ଗୁରୁମୂର୍ତ୍ତୀ ଓ ମା କେ ଭାରତୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଭାବରେ ପଚାରି ବୁଝିଛନ୍ତି। ଏହାଛଡ଼ା ଏହି ଘଟଣାରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଓକିଲ ଶରତ ରାଏଗୁରୁଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଶରତ ରାଏଗୁରୁ ଏହି ମାମଲାର ସମସ୍ତ ନଥିପତ୍ର ସହ ଅନେକ ତଥ୍ୟ ରାପୋଟର୍‌ଙ୍କୁ ପ୍ରଦାନ କରିଛନ୍ତି। ପୁଲିସର ଏଫ୍‌ଆଇଆରକୁ ନେଇ ଚଞ୍ଚକତା ଓ ଏ ସମ୍ପର୍କିତ ଭିନ୍ନ ଭିନ୍ନ ତଥ୍ୟ ଏବଂ ବ୍ୟବଚ୍ଛେଦ ରିପୋର୍ଟକୁ ଡ. ଅଗ୍ରୱାଲଙ୍କୁ ପ୍ରଦାନ କରିଛନ୍ତି। ଥାନା ହେପାଜତରେ ହିଁ ରମେଶଙ୍କ ମୃତ୍ୟ ହୋଇଥିବା ଯୁକ୍ତି ଉପସ୍ଥାପନ କରିଥିବା ଜଣାପଡ଼ିଛି।

ସେପଟେ ଏନ୍‌ଏଚ୍‌ଆର୍‌ସି ଡିଏସ୍‌ପି, ତଦନ୍ତକାରୀ ପୁଲିସ ଅଧିକାରୀଙ୍କଠାରୁ ଘଟଣା ସମର୍କରେ ପଚାରି ବୁଝିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୧୮ତାରିଖରେ ପୁରୀରେ ଘଟିଥିଲା ଏହି ଅଭାବନୀୟ ଘଟଣା। ବାସେଳି ସାହି ଥାନା ହେପାଜତରେ କେ. ରମେଶଙ୍କର ମୃତ୍ୟ ଘଟିଥିଲା। ଏହାକୁ ପ୍ରଥମେ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା। ପରେ ପୁଲିସ ଏହାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଥିଲା। ଏପରିକି ମୃତ ରମେଶଙ୍କ ବାପା-ମାଙ୍କୁ ପୁଲିସ ଦୀର୍ଘ ଦିନ ଧରି ଅଜ୍ଞାତ ସ୍ଥାନରେ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe