ବିଚାରାଧୀନ ଦୁଷ୍କର୍ମ ଅଭିଯୁକ୍ତ କଏଦୀର ଉନ୍ମତ୍ତ କାଣ୍ଡ: ଆଈଙ୍କୁ କଟୁରିରେ ହାଣି ହତ୍ୟା, ଆକ୍ରମଣରେ ଅନ୍ୟ ୩ ଗୁରୁତର

Advertisment
ବିଚାରାଧୀନ ଦୁଷ୍କର୍ମ ଅଭିଯୁକ୍ତ କଏଦୀର ଉନ୍ମତ୍ତ କାଣ୍ଡ: ଆଈଙ୍କୁ କଟୁରିରେ ହାଣି ହତ୍ୟା, ଆକ୍ରମଣରେ ଅନ୍ୟ ୩ ଗୁରୁତର

ପାରାଦୀପ: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ଫେରାର ଥିବା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀର ଉନ୍ମତ୍ତ କାଣ୍ଡ। ବାଲିକୁଦା ଗଦେଇଗିରି ଗାଁରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଆଈଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଜଣାଯାଇଛି।

publive-image
ଏହି ଆକ୍ରମଣରେ ନାବାଳିକାଙ୍କ ମା ଓ ଅନ୍ୟ ଜଣେ ପଡ଼ୋଶୀ ମହିଳା ଏବଂ ତାଙ୍କ ୬ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଥିଲେ। ସେମାନଙ୍କୁ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଥିଲା। ତେବେ ୨୦୨୨ ଏପ୍ରିଲରୁ ସେ ଫେରାର ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe