ଆମ୍ବୁଲାନ୍ସ ଠେଲିଲେ କଏଦୀ

Advertisment
ଆମ୍ବୁଲାନ୍ସ ଠେଲିଲେ କଏଦୀ

ସମ୍ବଲପୁର : ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ମଣ୍ଡଳ କାରାଗାରକୁ ଏକ ଆମ୍ବୁଲାନସ୍‌ ଯୋଗାଇ ଦିଆଯାଇଛି। ବହୁ ବର୍ଷ ତଳେ ଯୋଗାଇ ଦିଆଯାଇଥିବା ଏହି ପୁରୁଣା ଆମ୍ବୁଲାନସ୍‌ ଏବେ ଆଉ ଠିକ୍ ଭାବେ ଚାଲୁ ନାହିଁ। ଉଯପୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ଖରାପ ରହୁଛି। ଏହି ଆମ୍ବୁଲାନସ୍‌ ରାସ୍ତାରେ ଅଚଳ ହୋଇଯାଇଥିଲା। ଗୁରୁବାର ସନ୍ଧ୍ୟା ସମୟରେ ଏହି ଅଚଳ ଆମ୍ବୁଲାନସ୍‌କୁ ପାନ୍ଥନିବାସ ରାସ୍ତାରୁ କଏଦୀମାନେ ଠେଲି ଠେଲି ମଣ୍ଡଳ କାରଗାର ପରିସରକୁ ନେଇଥିଲେ। ଅବଶ୍ୟ, ସେମାନଙ୍କ ସହିତ ଜେଲ୍‌ କର୍ମଚାରୀ ଉପସ୍ଥିତ ଥିଲେ। ଆମ୍ବୁଲାନସ୍‌ ମରାମତି ପାଇଁ ଏଭଳି ଅବ‌ହେଳା କରାଯିବା ଘଟଣାକୁ ‌ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe