ଚାନ୍ଦିପୁରରୁ ପୃଥ୍ବୀ-୨ର ରାତ୍ରି ପରୀକ୍ଷଣ

ଚାନ୍ଦିପୁରରୁ ପୃଥ୍ବୀ-୨ର ରାତ୍ରି ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ୍‌ ସମୟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟୀର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ-୨’ର ସଫଳ ବ୍ୟାବହାରିକ ପରୀକ୍ଷଣ ସଂପନ୍ନ ହୋଇଛି।

ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ‘ପୃଥ୍ବୀ-୨ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବାବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର। ଏହି କ୍ଷେପଣାସ୍ତ୍ରରେ ୫୦୦ରୁ ୧୦୦୦ କିଲୋ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ପୃଥ୍ବୀ-୨ର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର, ଓଜନ ୪.୬ ଟନ୍‌। ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି। ଅତ୍ୟାଧୁନିକ ରାଡାର୍‌, ଟେଲିମେଟ୍ରି ଷ୍ଟେସନ୍‌, ଇଲେକ୍‌ଟ୍ରୋ ଅପ୍‌ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ ଦ୍ୱାରା ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ଉତ୍‌କ୍ଷେପଣ ହେବାର ନିର୍ଦ୍ଧାରିତ ସମୟରେ ଏହା ଲକ୍ଷ୍ୟଭେଦ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe