ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଯାତ୍ରୀ ଆହତ

Advertisment
ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଯାତ୍ରୀ ଆହତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ-କାଞ୍ଜିପାଣି ବାରବାଙ୍କ ଘାଟିରେ ସୋମବାର ଅପରାହ୍‌ଣରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ‌୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କେନ୍ଦୁଝରରୁ ରାଉଲକେଲା ଅଭିମୁଖେ ଏକ ଘଷରାଇ ବସ୍‌ ‘ମା’ ଫେରୁଥିଲା। ବସ୍‌ଟି ବାରବାଙ୍କ ଘାଟିରେ ଦୁର୍ଘଟଣାର ସାମ୍ନା କରିଥିଲା। ବୁଲାଣି ରାସ୍ତା ଉପରେ ଏହା ଓଲଟି ପଡ଼ିବାରୁ ୧୫ ଯାତ୍ରୀ ଆହତ ହୋଇଥିଲେ। ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆହତମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe