ଯାତ୍ରୀଙ୍କ ଜୀବନ ସହ ଖେଳ: ଓଭରଟେକ୍ କରିବାକୁ ଯାଇ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ, ୮ଯାତ୍ରୀ ଆହତ

Advertisment
ଯାତ୍ରୀଙ୍କ ଜୀବନ ସହ ଖେଳ: ଓଭରଟେକ୍ କରିବାକୁ ଯାଇ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ, ୮ଯାତ୍ରୀ ଆହତ

ଜୟପୁର: ଓଭରଟେକ୍‌ କରିବାକୁ ଯାଇ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳ ସାଢ଼େ ୬ଟା‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୟପୁରରୁ ଜଗଦଲପୁର ଯାଉଥିବା ଏହି ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଘରୋଇ ଯାତ୍ରୀବାହୀ ବସ୍‌ ‘ଗୁପ୍ତା ଟ୍ରାଭେଲସ’ କୋରାପୁଟ ଜିଲ୍ଲା ଜୟପୁରରୁ ନବରଗଂପୁରର ଉମରକୋଟ ଯାଉଥିବା ଶିବଶ୍ରୀ ବସକୁ ଓଭରଟେକ୍ କରୁଥିଲା। ଜୟପୁର ସଦରଥାନା ଅର୍ନ୍ତଗତ ବିଷୋଇପୁଟ ସିମେଣ୍ଟଗୋଦାମ ସମ୍ମୁଖ ୱେ ବ୍ରିଜ୍ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଦ୍ରୁତଗତିରେ ଯାଉଥିବା ବେଳେ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ନାଳ ଆଡ଼କୁ ନେଇ ଯାଇଥିଲେ। ବସଟି ନାଳରେ ଜୋରରେ ଖସି ୱେ ବ୍ରିଜକୁ ଯାଇ ପିଟି ହୋଇ ଅଟକି ରହିଯାଇଥିଲା। ତେବେ ଏହି ଦୁର୍ଘଟଣା ଯୋଗୁଁ ୮ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଯୁବକମାନେ ତୁରନ୍ତ ଅଟୋ ଡାକି ସବୁ ଗୁରୁତର ଆହତ ଯାତ୍ରୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସିତ ହେବା ପରେ ସବୁ ଘରକୁ ଫେରି ଯାଇଥିଲେ।

ତେବେ ୪୦ରୁ ୫୦ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ବସ ଅନ୍ୟ ବସ ସହ ପ୍ରତିଦ୍ବନ୍ଦିତା କରି ଆଗ ପଛ ହୋଇ ଓଭରଟେକ୍ କରିବା କେତେ ଦୁର ଯୁକ୍ତି ସଂଗତ ବୋଲି ଆଇନଜୀବୀମାନେ ପ୍ରଶ୍ନ କରିଛନ୍ତି। ଯାତ୍ରୀଙ୍କ ଜୀବନ ସହ କାହିଁକି ଘରୋଇ ବସର କର୍ମଚାରୀମାନେ ଖେଳ ଖେଳୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଭାଗ୍ୟବଶତଃ ବଡ଼ ଦୁର୍ଘଟଣାରୁ ବସଟି ବର୍ତ୍ତି ଯାଇଛି। ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ଯଦି ବଡ଼ ଦୁର୍ଘଟଣା ହେଲେ ଏଥିପାଇଁ କିଏ ଉତ୍ତର ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe