ମଲେକ୍ୟୁଲାର ଟେଷ୍ଟରେ ସାମିଲ ହେବେ ଘରୋଇ ଲ୍ୟାବ୍

Advertisment
କଟକରୁ ଉଠିଯିବ ୮୬ ବର୍ଷ ପୁରୁଣା ପାଥୋଲୋଜି ଲାବୋରେଟୋରି!

DNA India

ଭୁବନେଶ୍ବର : ମଲେକ୍ୟୁଲାର ଟେଷ୍ଟରେ ଘରୋଇ ଲ୍ୟାବ୍‌କୁ ସାମିଲ କରାଯିବ। ଏଥିପାଇଁ ଟେଣ୍ଡର କରାଯିବା ସହିତ ଆସନ୍ତା ଜୁଲାଇ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ନିକଟରେ କର୍କଟ ରୋଗ କାର୍ଯ୍ୟକ୍ରମର ହୋଇଥିବା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସା‌ରେ, ରାଜ୍ୟର ଆଉ ୬ଟି ସ୍ଥାନରେ କର୍କଟ ରୋଗ ପାଇଁ ଚିକିତ୍ସା ଆରମ୍ଭ ହେବ। ବାଲେଶ୍ବର, ବାରିପଦା, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର ମେଡିକାଲ କଲେଜ ଓ ପ୍ରସ୍ତାବିତ ତାଳଚେର ମେଡିକାଲ କଲେଜରେ କ୍ୟାନସର ୱିଙ୍ଗ ଖୋଲାଯିବ। ତେବେ କେନ୍ଦୁଝର ମେଡିକାଲ କଲେଜରେ ପ୍ରସ୍ତାବିତ ବିଲ୍ଡିଂରେ ପରିବର୍ତନ କରାଯାଇଛି। ପୂର୍ବରୁ ଏହା ବେସମେଣ୍ଟ ସହିତ ୨ ମହଲା ଥିବା ବେଳେ ଏବେ ତାହା ବେସମେଣ୍ଟ ସହିତ ୪ ମହଲା କରିବା ଲାଗି ନିଷ୍ପତ୍ତି ହୋଇଛି। ଏହାସହ ଅନ୍ୟ ୫ଟି ସ୍ଥାନରେ ହେବାକୁ ଥିବା କ୍ୟାନସର ୱିଙ୍ଗ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି।

ସେହିପରି ସ୍ବାସ୍ଥ୍ୟ ନିର୍ଦେଶାଳୟରେ ସ୍ବତନ୍ତ୍ରଭାବେ ଏକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍ ବା ପିଏମ୍‌ୟୁ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ କ୍ୟାନସର ୱିଙ୍ଗରେ ହେଉଥିବା ଅଗ୍ରଗତି ସଂପର୍କିତ ନିୟମିତ ରିପୋର୍ଟ ବିଭାଗୀୟ ଅଧିକାରୀ ପାଇପାରିବେ। ଏହାସହ କେଉଁଠାରେ ସମସ୍ୟା ରହୁଛି ତାହାର ସମାଧାନ ଦିଗରେ ଏହା କାର୍ଯ୍ୟ କରିବ। କର୍କଟ ରୋଗ ପାଇଁ ଆବଶ୍ୟକ ଔଷଧର ନିୟମିତ ଯୋଗାଣ ପାଇଁ ଡେକେୟାର ‌କେମୋଥେରାପି ସେଣ୍ଟର ବା ଡିସିସଙ୍କଠାରୁ ରିପୋର୍ଟ ନିଆଯାଇ ଔଷଧ ଯୋଗାଣ ହେବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କର୍କଟ ସେବା କ୍ଷେତ୍ରରେ ଏନ୍‌ଜିଓମାନଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି ବୈଠକରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe