ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଛି ଘରୋଇ ସଂସ୍ଥା

ଅସ୍ତିତ୍ବ ସଂକଟକୁ ନେଇ ଆଶଙ୍କାରେ ରହିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତି। ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାଦାନ ଆଳରେ ଧର୍ମ ପ୍ରଚାର ସହ ଜନଜାତିଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବା ମୁଦୁଲିପଡ଼ା ଥାନା ଓ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

gjgdgjgj

ମାଲକାନଗିରି: ଅସ୍ତିତ୍ବ ସଂକଟକୁ ନେଇ ଆଶଙ୍କାରେ ରହିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତି। ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାଦାନ ଆଳରେ ଧର୍ମ ପ୍ରଚାର ସହ ଜନଜାତିଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବା ମୁଦୁଲିପଡ଼ା ଥାନା ଓ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବଣ୍ଡା ସମାଜର ଅଭିଯୋଗ ହେଲା, ଜନଜାତି ସରଳ ଓ ନିଷ୍କପଟ। ଜନଜାତିଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ବିଶେଷ ପରିବର୍ତ୍ତନ ହୋଇନାହିଁ। ଯାହାର ସୁଯୋଗ ନେଇ ଗୋଟିଏ ଘରୋଇ ସଂସ୍ଥା ବଣ୍ଡାଘାଟିରେ ଚିକିତ୍ସା ସହ ଶିକ୍ଷାଦାନ ଆରମ୍ଭ କରିଥିଲା। ଲୋକଙ୍କୁ ମାଗଣାରେ ସେବା ମିଳିବାରୁ ଏହି ଘରୋଇ ସଂସ୍ଥା ଉପରେ ଆସ୍ଥା ପ୍ରକଟ କରିଥିଲେ। ତେବେ ଏହି ସଂସ୍ଥାର ଉଦ୍ଦେଶ୍ୟ ଭଲ ନଥିଲା। ବର୍ତ୍ତମାନ ଗାଁ ଗାଁ ବୁଲି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଉଛି। 

ସଂସ୍ଥା ତରଫରୁ ନିର୍ମାଣ ହୋଇଥିବା ବିଦ୍ୟାଳୟରେ ପିଲାଙ୍କୁ ଅନ୍ୟ ଧର୍ମ ସଂପର୍କରେ ତାଲିମ ଦିଆଯାଉଛି। ପିଲାଙ୍କ ମନରେ ନିଜ ଧର୍ମ ପ୍ରତି ଘୃଣା ସୃଷ୍ଟି କରିବା ପାଇଁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ପୂର୍ବରୁ ଅନେକ ଥର ବଣ୍ଡା ସମାଜ ପକ୍ଷରୁ ଉକ୍ତ ସଂସ୍ଥାକୁ ବାରଣ କରାଯାଇଥିଲା। ତଥାପି ସଂସ୍ଥା ଆଚରଣରେ କୌଣସି ପରିବର୍ତ୍ତନ କରିନଥିବାରୁ ସମାଜ ଉଦ୍‌ବେଗ ପ୍ରକାଶ କରିଛି। ତୁରନ୍ତ ଏହି ସଂସ୍ଥାକୁ ବଣ୍ଡାଘାଟିରୁ ବିଦା କରିବା ପାଇଁ ଦାବି ହୋଇଛି। ‌ନଚେତ ବଣ୍ଡା ଜନଜାତି ନିଜ ସଂସ୍କୃତି ଏବଂ ପରଂପରା ଠାରୁ ଦୂରେଇ ଯିବା ସହ ଜୀବନଶୈଳୀରେ ରହିଥିବା ସ୍ବତନ୍ତ୍ରତା ହରାଇବେ ବୋଲି ମତ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ପୁଲିସ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe