ଭୁବନେଶ୍ୱର: ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ସରକାର ନେଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ସଂସ୍କୃତ ମହାବିଦ୍ୟାଳୟ ପାଇଁ ୨୦୦୮, ୨୦୦୯ ଏବଂ ୨୦୦୯ ଅନୁସାରେ ୩୧.୧୨.୧୭ ସୁଦ୍ଧା ୧୦୦ ପ୍ରତିଶତ ଅନୁଦାନ ପାଇଥିବା ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ୨୦୧୭ ଆଦେଶ ମୁତାବକ ଗତ ଜାନୁଆରି ୧ ତାରିଖରୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୨୦୧୪ ଅନୁଦାନ ଆଦେଶ ଅନୁଯାୟୀ ୩୧.୧୨.୧୭ ସୁଦ୍ଧା ୬୦, ୭୫ ଏବଂ ୧୦୦ ପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ସରକାରଙ୍କ ସଂଶୋଧିତ ଅନୁଦାନ ଆଦେଶ, ୨୦୧୮ ବ୍ୟବସ୍ଥା ମୁତାବକ ଗତ ଜାନୁଆରି ୧ ତାରିଖରୁ ସମାନୁପାତିକ ଅନୁଦାନ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ ୩୦୨ଟି ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନର ୫୯୨ କର୍ମଚାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us