ପୁରୀ: ପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ(ପିକୁ)। ଏ ନେଇ ଆଜି ସମର୍ଥକଙ୍କ ଗହଣରେ ପ୍ରିୟଦର୍ଶନ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୋଚିସାହି ଛକରେ ବହୁ ସଂଖ୍ୟକ ସମର୍ଥକଙ୍କ ଗହଣରେ ଏକାଠି ହୋଇ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଅନ୍ୟାନ୍ୟ ପ୍ରସଙ୍ଗ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ପ୍ରିୟଦର୍ଶନଙ୍କ କହିବା କଥା, ପୁରୀରେ ଏବେ ନେତୃତ୍ବ ସଂକଟ ଜାରି ରହିଛି। ପୁରୀବାସୀଙ୍କ ସମସ୍ୟା ହେଉଛି, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ସୁରକ୍ଷା, ୮୦ହଜାର ଲୋକଙ୍କର ଘରବାରି ସମସ୍ୟା ଦୂର କରିବା, ଗରିବ ଉଠାଦୋକାନୀଙ୍କୁ ଥଇଥାନ ଆଦି। ପୁରୀ ବିଧାନସଭା ଅନେକ ପ୍ରସଙ୍ଗରେ ବୁଡ଼ି ରହିଥିବାବେଳେ ନିର୍ବାଚିତ ପ୍ରତିନିଧି ଅବା ବିରୋଧୀ କେହି ଏ ଦିଗରେ ମୁହଁ ଖୋଲୁନାହାନ୍ତି। ଲୋକଙ୍କ ସହ ଛିଡ଼ା ହେଉନାହାନ୍ତି। ତେଣୁ ସେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ପ୍ରିୟଦର୍ଶନ କଂଗ୍ରେସରେ ଥିଲେ। କିନ୍ତୁ ସେ ବହୁଦିନରୁ କଂଗ୍ରେସ ଦଳ ଛାଡ଼ି ସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us