ଶତାଧିକ ମହିଳାଙ୍କୁ ସ୍ୱାବଲମ୍ବୀ କଲେଣି ପ୍ରତୀତି ପ୍ରିୟଦର୍ଶିନୀ

Advertisment

ବିରିଡ଼ି ବ୍ଲକ ୨୨ମୌଜା ମଙ୍ଗୁଲି ପଞ୍ଚାୟତର ମଦନମୋହନ ସ୍ୱୟ°ସହାୟକ ଗୋଷ୍ଠୀର ପ୍ରତୀତି ପ୍ରିୟଦର୍ଶିନୀ ମହାନ୍ତି ଝୋଟରୁ ବିଭିନ୍ନ ସାଜ ସରଞ୍ଜାମ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଶତାଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇଛନ୍ତି।

ବିରିଡ଼ି ବ୍ଲକ ୨୨ମୌଜା ମଙ୍ଗୁଲି ପଞ୍ଚାୟତର ମଦନମୋହନ ସ୍ୱୟ°ସହାୟକ ଗୋଷ୍ଠୀର ପ୍ରତୀତି ପ୍ରିୟଦର୍ଶିନୀ ମହାନ୍ତି ଝୋଟରୁ ବିଭିନ୍ନ ସାଜ ସରଞ୍ଜାମ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଶତାଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇଛନ୍ତି।

fhfsfhfhf

ବିରିଡ଼ି: ବିରିଡ଼ି ବ୍ଲକ ୨୨ମୌଜା ମଙ୍ଗୁଲି ପଞ୍ଚାୟତର ମଦନମୋହନ ସ୍ୱୟ°ସହାୟକ ଗୋଷ୍ଠୀର ପ୍ରତୀତି ପ୍ରିୟଦର୍ଶିନୀ ମହାନ୍ତି ଝୋଟରୁ ବିଭିନ୍ନ ସାଜ ସରଞ୍ଜାମ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଶତାଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ୨୦୧୨ ମସିହାରେ ୧୧ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀର କଳେବର ବଢ଼ିଛି। ୫୦ ଟଙ୍କା ଲେଖାଏଁ ହିସାବରେ ମୋଟ ୫୫୦ ଟଙ୍କା ଆଦାୟ କରି ଆରମ୍ଭ କରିଥିବା କାରବାର ଏବେ ୧୦ ଲକ୍ଷରେ ପହଞ୍ଚିଛି। ୫୦ ଜଣ ମହିଳାଙ୍କୁ ନେଇ ନାରୀଶକ୍ତି ନାମରେ ଗଠିତ ପଞ୍ଚାୟତସ୍ତରୀୟ ସଂଘର ନେତୃତ୍ୱ ନେଉଥିବା ପ୍ରତୀତି ପ୍ରମାଣିତ କରିଛନ୍ତି ଯେ ମହିଳାମାନେ ଦୃଢ଼ ନିଶ୍ଚିତ ହେଲେ ସବୁକିଛି ସମ୍ଭବ ହୋଇପାରିବ। 

ସ୍ବାମୀ କିଶୋର କୁମାର ଭୂୟାଁ, ଗୋଟିଏ ପୁଅ ଓ ଶ୍ୱଶୁରଙ୍କୁ ନେଇ ପ୍ରତିତୀଙ୍କ ପରିବାର। ପରିବାରର ଆର୍ଥିକ ସ୍ଥିତିକୁ ସୃଦୃଢ଼ କରିବା ପାଇଁ ପ୍ରଥମେ ଦେବଦେବୀଙ୍କ ପୋଷାକ ଓ ଧୂପକାଠି ପ୍ରସ୍ତୁତ କରିଥିଲେ। ୨୦୨୨ରେ ମିସନଶକ୍ତି ଜରିଆରେ କାନାରା ବ୍ୟାଙ୍କରୁ ୫୦ହଜାର ଟଙ୍କା ଋଣ ଉଠାଇ ଧୂପକାଠି ମେସିନ୍ ଓ ସିଲେଇ ମେସିନ୍ କିଣି କାରବାର ବଢ଼ାଇଥିଲେ। ପରେ ୨୦୨୩ରେ କାନାରା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ବ୍ୟବସାୟରେ ବିନିଯୋଗ କରିଥିଲେ।

ଶତାଧିକ ମହିଳାଙ୍କୁ ରୋଜଗାରର ବାଟ ଦେଖାଇବା ସହିତ ନିଜେ ବର୍ତ୍ତମାନ ମାସିକ ୫୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ପ୍ରତିବର୍ଷ ବିରିଡ଼ି ଅଞ୍ଚଳ ସହ କଟକ, ପାରାଦୀପ ବାଲିଯାତ୍ରା, ଜଗତସିଂହପୁର କଲ୍ଲୋଳ ଉତ୍ସବ, ଢେଙ୍କାନାଳ ଲକ୍ଷ୍ମୀପୂଜା, ଭଦ୍ରକ କାଳୀପୂଜା ଆଦିରେ ଷ୍ଟଲ୍ ଖୋଲି ଝୋଟରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ଅଳଙ୍କାର, ଚାନ୍ଦୁଆ, ଧୂପକାଠି ବିକ୍ରି କରୁଛନ୍ତି। ଏହି ଅଭିଯାନରେ ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧ ହଜାରରୁ ଅଧିକ ମହିଳା ସ୍ବାବଲମ୍ବୀ ‌ହୋଇଛନ୍ତି। ଏଥିପାଇଁ ସେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଫ୍‌କୋ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଏଥିସହ ସେ ବିଭିନ୍ନ ଜିଲ୍ଲାକୁ ଝୋଟ ସାମଗ୍ରୀ ପ୍ରସ୍ତୁତି ନେଇ ତାଲିମ ଦେବାକୁ ଯାଇଥାନ୍ତି। ଏଥିପାଇଁ ସରକାର ତାଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe