ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ:୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ

Advertisment
ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ:୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ

Uttarakhand News Network

ଭୁବନେଶ୍ବର: ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ (ଆଇସିଏସ୍‌ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ ବିଷ୍ଣୁ ୯୯.୪୦ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଆଇଏସ୍‌ସି ଦ୍ବାଦଶ ପରୀକ୍ଷାରେ ରାଉରକେଲାର ଦିଶା ଗୋୟଲ ରାଜ୍ୟର ‌ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ‌୯୮.୨୬ ପ୍ରତିଶତ ମାର୍କ ରଖିଛନ୍ତି।

ଓଡ଼ିଶା ଟପର ହେଲା ପରେ ସୌଭାଗ୍ୟ ନଗର ବାସିନ୍ଦା ପ୍ରିୟଙ୍କା ପ୍ରିୟଙ୍କା ପରାଶର ଓ ତାଙ୍କ ପୁରା ପରିବାର ଏନେଇ ଖୁସି ଅଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ କଠିନ ପରିଶ୍ରମ ସହ ଏକାଗ୍ରତା ରକ୍ଷା ଓ ଉତ୍ତମ ସାଙ୍ଗ ହିଁ ସଫଳତା ଆଣିବାରେ ସହାୟକ ହୁଏ । ମୁଁ ୯୫ ପ୍ରତିଶତରୁ ଅଧିକ ଆଣିବି ବୋଲି ଆସା ତ ରଖିଥିଲି କିନ୍ତୁ ୯୯.୪ ଆସିବ ବୋଲି ମୁଁ କେବେ ଭାବିନଥିଲି । ଏହାର ଶ୍ରେୟ ନିଜ ଶିକ୍ଷକ ତଥା ନିଜ ପରିବାର ଲୋକଙ୍କୁ ପ୍ରିୟଙ୍କା ଦେଇଛନ୍ତି । ସେହିଭଳି କିଛି ଆସା ରଖି ନୁହେଁ ବରଂ ନିଜ ଶିକ୍ଷାଲାଭ ବା ଜାଣିବା ପାଇଁ ପଢ଼ିଲେ ବହୁ ଲାଭ ହେବ ବୋଲି ପ୍ରିୟଙ୍କା କହିଛନ୍ତି ।

ଛତ୍ରପୁର କାରମେଲ୍ ସିନିୟର୍ ସେକେଣ୍ଡାରି ସ୍କୁଲ୍ ଛାତ୍ର ବିଷ୍ଣୁପ୍ରସାଦ ୯୯.୪ ପ୍ରତିଶତ ମାର୍କ ସହ ସଫଳତା ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିବାରେ ଲାଗିଛି। ବିଷ୍ଣୁ ଛତ୍ରପୁର ପାତ୍ରସାହି ବାସିନ୍ଦା ଦୁର୍ଗାପ୍ରସାଦ ଶତପଥୀ ଓ ରଶ୍ମୀରଂଜନୀଙ୍କ ପୁଅ ବିଷ୍ଣୁପ୍ରସାଦ କହିଛନ୍ତି, ‘ସଫଳତାରେ ବେଶ୍‌ ଖୁସି ଅନୁଭବ କରୁଛି। ଏଥିପାଇଁ ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲି। ସମସ୍ତ ସଫଳତାର ଶ୍ରେୟ ସ୍କୁଲ୍ ଅଧ୍ୟକ୍ଷ, ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଦୁଇ ଭଉଣୀ, ବାପାମାଆ ଓ ଅନ୍ୟ ସଂପର୍କୀୟମାନଙ୍କୁ ଦେଉଛି। ଭବିଷ୍ୟତରେ ଆଇଆଇଟିରେ ପଢ଼ିବାକୁ ଲକ୍ଷ୍ୟ ରଖିଛି’। ବିଷ୍ଣୁଙ୍କ ବାପା ବିଇଓ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ।

ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏସ୍‌ସି ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨.୩୬କ୍ଷ ସାମିଲ ହୋଇଥିଲେ। ୯୮.୧୪ ପ୍ରତିଶତ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ  ୯୬.୯୩ ପ୍ରତିଣତ ରହିଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୫ ଜଣ ମିଳିତ ଭାବେ ଟପ୍ପର ହୋଇଛନ୍ତି। ଦିଶା ସ୍ଥାନୀୟ କାର୍ମେଲ ସ୍କୁଲର ଛାତ୍ରୀ। ଫଳାଫଳ ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ। ପିତା ହନୁମାନ ଗୋୟଲ ଜଣେ ବ୍ୟବସାୟୀ ଓ ମା' ସୀମା ଗୋୟଲ ହେଉଛନ୍ତି ଗୃହିଣୀ। ଏହି ପିଲାମାନେ ୯୫.୭୫ ମାର୍କ ରଖିଛନ୍ତି। ଡିଜିଲକର ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରେଜଲ୍ ଜାଣିହେବ। cisce.orgresults cisce.orgରେ ରେଜଲ୍ଟ ଉପଲବ୍ଧ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe