କୋରାପୁଟରେ ପ୍ରିୟଙ୍କା ଓ ମହେଶବାବୁ: ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ

Advertisment

ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା...

ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା...

dgdgcvf

କୋରାପୁଟ: ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା ତଥା ହଲିଉଡ୍‌ରେ କମାଲ କରିଥିବା ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଆଜି କୋରାପୁଟରେ ପହଞ୍ଚିଛନ୍ତି। ବାହୁବଳୀ, ଆର୍‌ଆର୍‌ଆର୍‌ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ତେଣୁ ସୁଟିଂକୁ ନେଇ ଜିଲ୍ଲାରେ ପ୍ରବଳ ଉତ୍କଣ୍ଠ ଦେଖିବାକୁ ମିଳିଛି।

ଆକ୍ସନ୍‌ ଏବଂ ଥ୍ରିଲର୍‌ ସିନେମା ନିମନ୍ତେ ବହୁ ପୂର୍ବରୁ ପ୍ରଯୋଜନା ସଂସ୍ଥା ଉକ୍ତ ସାଇଟ୍‌କୁ ଚୟନ କରିଥିଲା। ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେବା ପରେ ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ପହଞ୍ଚି ସେଟ୍‌ ନିର୍ମାଣ ଆରମ୍ଭ କରିଥିଲେ। କିଛି ଅଂଶ ଏହାରି ମଧ୍ୟରେ ସୁଟିଂ ହୋଇ ସାରିଥିବା ଖବର ମିଳିଛି। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ମହେଶବାବୁ ଓ ପୃଥ୍ବୀରାଜ ସୁକୁମାରନ୍‌ଙ୍କୁ ନେଇ ଦୁଇ ଦିନ ହେଲା ସୁଟିଂ ଜାରି ରହିଛି। ‌ଆସନ୍ତାକାଲି ତଳମାଳିସ୍ଥିତ ସେଟ୍‌ରେ ଚଳଚ୍ଚିତ୍ରର ସୁଟିଂ ହେବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁରକ୍ଷାର ଅଭେଦ୍ୟ ବଳୟ ସୃଷ୍ଟି କରାଯାଇଛି।

ଲୋକେସନ୍‌ ଆଖପାଖକୁ କାହାରିକୁ ଛଡ଼ା ଯାଉନି। ମାର୍ଚ୍ଚ ୧ରୁ ୨୦ ପର୍ଯ୍ୟନ୍ତ ସୁଟିଂ ନିମନ୍ତେ ଅନୁମତି ଦିଆଯାଇଛି ବୋଲି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ କହିଛନ୍ତି। ଯଦି ପ୍ରଯୋଜନା ସଂସ୍ଥା ଆବଶ୍ୟକ ମନେ କରନ୍ତି ତେବେ ଅଧିକ ଦିନ ପାଇଁ ଅନୁମତି ଦିଆଯିବ। ବିଗ୍ ବଜେଟ୍‌ର ବଡ଼ ସିନେମା କୋରାପୁଟ ଜିଲ୍ଲାରେ ସୁଟିଂ ହେବା ନିଶ୍ଚିତ ରୂପେ ଜିଲ୍ଲାର ପର୍ଯ୍ୟଟନଶିଳ୍ପ ଲାଗି ବିକାଶର ମାର୍ଗ ଖୋଲିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଫିଲ୍ମ ୟୁନିଟ୍‌ର ପ୍ରାୟ ୫୦୦ ଜଣିଆ ସଦସ୍ୟ ତଳମାଳି, ସେମିଳିଗୁଡ଼ା ଓ ଦାମନଯୋଡ଼ିରେ ରହୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe