ବାରିପଦା : ପିଆରଏମ୍ରେ କରୋନା ପରୀକ୍ଷା ନେଇ ପଥ ପରିଷ୍କାର ହୋଇଛି। ଆଜି କ୍ଷମତାସମ୍ପନ୍ନ ମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ବାରିପଦାର ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ କରୋନା ପରୀକ୍ଷା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଜି ଏହି ବୈଠକରେ ବାରିପଦାରୁ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗଦେଇଥିବା ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ବେଶ୍ କିଛିଦିନ ହେବ ବାରିପଦାରେ କରୋନା ପରୀକ୍ଷା ହେବାନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ବୈଠକରେ ସୁଦାମ ମଧ୍ୟ ଏନେଇ ଦାବି ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଆଦି ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ମୟୂରଭଞ୍ଜର ସୀମାକୁ ଲାଗି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରହିଛି। ବର୍ତ୍ତମାନ ପଶ୍ଚିମବଙ୍ଗ ପଟୁ ମୟୂରଭଞ୍ଜ ପାଇଁ ବିପଦ ବଢ଼ିବାରେ ଲାଗିଛି। ତେଣୁ ବାରିପଦାରେ କରୋନା ପରୀକ୍ଷା ହେଲେ ଏହା ଜିଲ୍ଲାବାସୀଙ୍କ ହିତରେ ଲାଗିବବୋଲି ମତପ୍ରକାଶ ପାଇଛି।
କ୍ଷମତାସମ୍ପନ୍ନ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଲେ ରାଜସ୍ୱ ମନ୍ତ୍ରୀ : ପିଆରଏମ୍ରେ କରୋନା ପରୀକ୍ଷା ନେଇ ପଥ ପରିଷ୍କାର
Advertisment
Follow Us