Problem in BJD: ବିଜେଡିରେ ତୁଚ୍ଛା ହଟଚମଟ: ବହୁ ଆଡ଼ମ୍ବରରେ ଲଘୁକ୍ରିୟା, ବରିଷ୍ଠଙ୍କ ମୁହଁ‌ରେ ତୁଣ୍ଡି ନେଇ ନବୀନ ଖପ୍ପା

Advertisment

ପ୍ରମିଳା ମଲ୍ଲିକଙ୍କ ଘରେ ବସିଥିଲା ଯାଜପୁର ଜିଲ୍ଲା ବିଜେଡି ନେତାଙ୍କ ବୈଠକ। ଜିଲ୍ଲାର ସବୁ ବିଧାୟକ ଓ ବରିଷ୍ଠ ବିଜେଡି ନେତା ଏକାଠି ହୋଇଥିଲେ। ଏହାର କିଛି ସମୟ ପରେ ନବୀନ ନିବାସରେ କିଛି ବରିଷ୍ଠ ନେତା ପହଞ୍ଚିଥିଲେ।

ପ୍ରମିଳା ମଲ୍ଲିକଙ୍କ ଘରେ ବସିଥିଲା ଯାଜପୁର ଜିଲ୍ଲା ବିଜେଡି ନେତାଙ୍କ ବୈଠକ। ଜିଲ୍ଲାର ସବୁ ବିଧାୟକ ଓ ବରିଷ୍ଠ ବିଜେଡି ନେତା ଏକାଠି ହୋଇଥିଲେ। ଏହାର କିଛି ସମୟ ପରେ ନବୀନ ନିବାସରେ କିଛି ବରିଷ୍ଠ ନେତା ପହଞ୍ଚିଥିଲେ।

bjd

BJD MEETS CM Photograph: (SAMBAD.IN)

ଭୁବନେଶ୍ବର: ପ୍ରମିଳା ମଲ୍ଲିକଙ୍କ ଘରେ ବସିଥିଲା ଯାଜପୁର ଜିଲ୍ଲା ବିଜେଡି ନେତାଙ୍କ ବୈଠକ। ଜିଲ୍ଲାର ସବୁ ବିଧାୟକ ଓ ବରିଷ୍ଠ ବିଜେଡି ନେତା ଏକାଠି ହୋଇଥିଲେ। ଏହାର କିଛି ସମୟ ପରେ ନବୀନ ନିବାସରେ କିଛି ବରିଷ୍ଠ ନେତା ପହଞ୍ଚିଥିଲେ। ବିଜେଡିରେ କିଛି ଗୋଟେ ହଲ୍‌ଚଲ ହେବ ବୋଲି ଜୋର୍‌ଦାର ପ୍ରଚାର ହେଲା। ଗଣମାଧ୍ୟମ ପ୍ରତିନିଧିମାନେ ନବୀନ ନିବାସ ସାମନାରେ ଭିଡ଼ ଜମାଇଥିଲେ। ରାଜନୈତିକ ମହଲର ନଜର ରହିଥିଲା। କିନ୍ତୁ ସେପରି କିଛି ଘଟିଲା ନାହିଁ। କିଛି ଠୋସ୍ ନିଷ୍ପତ୍ତି ବି କେହି ଗଣମାଧ୍ୟମକୁ କହିଲେ ନାହିଁ। କେବଳ ତୁଚ୍ଛା ହଟଚମଟ ଚାଲିଥିଲା ବୋଲି ସ୍ପଷ୍ଟ ହୋଇଗଲା।  

ବିଜେଡିରୁ ଦୁଇ ବିଧାୟକ ନିଲମ୍ବନ ହେଲା ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ତେଜିବାରେ ଲାଗିଛି। ବି‌ଶେଷ କରି ଅରବିନ୍ଦ ମହାପାତ୍ରଙ୍କ ରହସ୍ୟଜନକ ନିଲମ୍ବନ ଦଳ ଭିତରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି। କ୍ଷମତାରେ ଥିଲା ବେଳେ ନେତାମାନଙ୍କୁ ଦଳରୁ ନିଲମ୍ବନ କରି ଜନମତକୁ ନିଜ ସପକ୍ଷରେ ରଖିବାକୁ ଆପାତତଃ ସଫଳ ହେଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାହାକୁ ବିଶ୍ବାସଘାତକ ତ କାହାକୁ ଜନବିରୋଧୀ ଆଖ୍ୟା ଦେଉଥିଲେ। ଆଉ କ୍ଷମତା ପ୍ରୟୋଗ କରି ନିଲମ୍ବିତ ନେତାଙ୍କୁ ବଦନାମ କରିବାରେ ସକ୍ଷମ ହେଉଥିଲେ। ବିଜେଡିର ବିଶାଳ ଟିମ୍ ନବୀନଙ୍କ ନିଷ୍ପତ୍ତିକୁ ଯଥାର୍ଥ କହି ତାଙ୍କୁ ନାୟକ ସଜାଉଥିଲା। କିନ୍ତୁ କ୍ଷମତାରୁ ଗଲା ପରେ ସେହି ପରିସ୍ଥିତି ନାହିଁ। ଅରବିନ୍ଦଙ୍କ ନିଲମ୍ବନ ଧୀରେଧୀରେ ଦଳ ପାଇଁ ବୁମେରାଂ ହେବାରେ ଲାଗିଛି। ବିରୋଧୀ ଦଳରେ ଥିଲା ବେଳେ ଏମିତି ନିର୍ବାଚିତ ବିଧାୟକଙ୍କୁ ଦୂରେଇ ଦେଇ କିଛି ଲାଭନାହିଁ ବୋଲି ବହୁ ନେତା କହିବା ଆରମ୍ଭ କଲେଣି।

High Court slaps Arvind Agarwal: ଅଦାଲତ ଅବମାନନା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ହାଇକୋର୍ଟ ଛାଟ: ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା

ବିଜେଡିର ସୋସିଆଲ୍‌ ମିଡିଆ ଟିମ୍‌ ନିଲମ୍ବିତ ବିଧାୟକଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ ବି ତାହା ଦାନା ବାନ୍ଧୁ ନାହିଁ। ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ନେତାମାନେ ଗଣମାଧ୍ୟମ ସାମନାକୁ ଡେଇଁ ପଡ଼ୁଥିଲା ବେଳେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରାଛୁଆଁ ଦେଉନାହାନ୍ତି। ଅପେକ୍ଷାକୃତ କନିଷ୍ଠ ନେତାମାନେ ହିଁ ଗଣମାଧ୍ୟମକୁ ସାମନା କରୁଛନ୍ତି। ବିଶ୍ବାସଘାତକତାର କୌଣସି ଠୋସ୍ ପ୍ରମାଣ ନ ଦେଇ କେବଳ ବିଜୟ ମହାପାତ୍ର ଓ ଅରବିନ୍ଦ୍ର ମହାପାତ୍ରଙ୍କୁ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଛନ୍ତି। ନିଲମ୍ବନ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଯୁକ୍ତିକୁ ଠିକ୍ ଭାବେ ଉପସ୍ଥାପନ କରାଯାଉ ନ ଥିବାରୁ ଦଳ ଅଡ଼ୁଆରେ ପଡ଼ିଯାଇଛି। ଏହା ଜାଣିବା ପରେ ନିଜେ ନବୀନ ବିଚଳିତ ହୋଇପଡ଼ିଛନ୍ତି। ବରିଷ୍ଠ ନେତାମାନେ ଯେପରି ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବେ, ସେଥି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।  

ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା। ସେମାନେ ସେଠାରେ ପହଞ୍ଚି ଦଳର ସଭାପତିଙ୍କ ସହ କିଛି ସମୟ ସାଂଗଠନିକ ଆଲୋଚନା କରିଥିଲେ। ତେବେ ଆଲୋଚନା ବେଳେ ଅରବିନ୍ଦଙ୍କ ବାପା ବିଜୟ କିପରି ବିଶ୍ବାସଘାତକତା କରିଛନ୍ତି, ତାହା ନିଜେ ନବୀନ ବୁଝାଇଥିଲେ। ଏହି ନିଷ୍ପତ୍ତି ଯଥାର୍ଥ ବୋଲି ଗଣମାଧ୍ୟମରେ କହିବା ପାଇଁ ପରୋକ୍ଷରେ ଇଙ୍ଗିତ ଦେଇଥିଲେ। କିଛି ସମୟ ଏହି ନେତାମାନେ ସେଠାରେ ରହି ଫେରିଯାଇଥିଲେ। କିନ୍ତୁ ସଂଗଠନକୁ ମଜଭୁତ କରିବା ପାଇଁ କୌଣସି ଠୋସ୍‌ ନିର୍ଦ୍ଦେଶ ନବୀନଙ୍କଠାରୁ ମିଳି ନଥିଲା। କେବଳ ଅରବିନ୍ଦଙ୍କ ପ୍ରସଙ୍ଗରେ ବରିଷ୍ଠମାନେ ମୁହଁରେ ତୁଣ୍ଡି ବାନ୍ଧିବା ଘଟଣାରେ ନବୀନ ଖପ୍ପା ଥିବା ସମସ୍ତେ ଅନୁମାନ କରିଥିଲେ। ତେବେ ଏହି ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ ଗଣମାଧ୍ୟମରେ କିପରି ଓ କ’ଣ କହିବେ, ତାହା ଜଣା ନ ଥିବାରୁ କ୍ୟାମେରା ସାମନାରେ କିଛି କହିବାକୁ ଉଚିତ ମଣି ନଥିଲେ। ତେବେ ଦଳ ଏହି ପ୍ରସଙ୍ଗରେ କି ଆଭିମୁଖ୍ୟ ନେଉଛି, ତାହା ଆସନ୍ତାକାଲି ସ୍ପଷ୍ଟ ହେବ।

outdoor dog comment: ବୁଲା କୁକୁର ମନ୍ତବ୍ୟ: ମେନକାଙ୍କୁ ଭର୍ତ୍ସନା

ସେହିପରି ପ୍ରମିଳାଙ୍କ ଘରେ ଯାଜପୁର ଜିଲ୍ଲା ନେତାମାନଙ୍କର ନିୟମିତ ବୈଠକ ବସିଥିଲା। ଜିଲ୍ଲାରେ ବିଜେଡି ସଂଗଠନକୁ କିପରି ମଜଭୁତ କରାଯିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। କିନ୍ତୁ ସେପରି କିଛି ଠୋସ୍ ନିଷ୍ପତ୍ତି ଗ୍ରହଣ କରାଯାଇ ନଥିଲା। ତେବେ ସବୁ ପ୍ରକାର ଦଳୀୟ ବୈଠକ ଶଙ୍ଖ ଭବନରେ କରିବାକୁ ନିଜେ ନବୀନ ଫତୱା ଜାରି କରିଥିଲେ। କିନ୍ତୁ ଶଙ୍ଖ ଭବନଠାରୁ କିଛି ମିଟର ଦୂରରେ ଥିବା ପ୍ରମିଳାଙ୍କ ଘରକୁ ଯାଜପୁର ନେତାମାନଙ୍କ ବୈଠକସ୍ଥଳୀ ଭାବେ କାହିଁକି ବାରମ୍ବାର ବାଛୁଛନ୍ତି, ତାହାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe