କାମଚଳାରେ ଚାଲିଛି କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

Advertisment

ଡାକ୍ତର ପଦବି ପୂରଣ ଦାବିରେ  ଧାରଣା

ଡାକ୍ତର ପଦବି ପୂରଣ ଦାବିରେ  ଧାରଣା

କାମଚଳାରେ ଚାଲିଛି କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

କାଶୀନଗର : କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବି ପୂରଣ ସହ ଭିତ୍ତିଭୂମି ବିକାଶ ଦାବିରେ କାଶୀନଗର ଏନ୍‌ଏସି ଓ ବ୍ଲକ୍ ନାଗରିକ ମହାସଭା ପକ୍ଷରୁ  ଧାରଣା ଦିଆଯାଇଛି। ମହାସଭା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ବର ସମ୍ପାଦକ ଟି.ଚକ୍ରଧର ନାୟକ, ଆବାହକ ଟୁନା ଚୌଧୁରୀ, ସଦସ୍ୟ ଭି.ଚଳପତି, ଆର୍‌.ଲୋକନାଥମ, ପି.ତିରୁପତି, ନାରାୟଣ ରାଓ, ପ୍ରଶାନ୍ତ ସାହୁ, କେ.ମାଲେସୁ ଓ ସଂଗଠନର ବହୁ ଯୁବ ସଦସ୍ୟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେବା ସହ ଏକ ସ୍ମାରକପତ୍ର  ସିଡିଏମଓ ଏବଂ  ବିଡିଓଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ପ୍ରଶସ୍ତ ସ୍ଥାନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ, ବର୍ତ୍ତମାନ  ଚାଲିଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆର୍ବାନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରୂପେ ଘୋଷଣା କରିବା, ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟର୍ସ ନିର୍ମାଣ, ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ପାଇଁ ମଞ୍ଜୁରୀ ଓ ଅର୍ଥ ଯୋଗାଣ ପ୍ରଭୃତି ଦାବି ହୋଇଛି।

କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉନରେ ସ୍ଥାନୀୟ ବ୍ଲକ୍‌ ସମେତ ଆଖପାଖ ପ୍ରାୟ ୫୦ଟି ପଞ୍ଚାୟତର ଜନସାଧାରଣ  ନିର୍ଭର କରୁଛନ୍ତି। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ୧୨ଜଣ ଡାକ୍ତର ଆବଶ୍ୟକ ସ୍ଥଳେ  ମାତ୍ର ୪ ଜଣ ରହିଛନ୍ତ। ଜଣେ ମେଡିକାଲ ଇନଚାର୍ଜ୍ ଦାୟିତ୍ଵନିର୍ବାହ କରୁଥିବାରୁ ରୋଗୀ ଚିକିତ୍ସା ପାଇଁ ତାଙ୍କ ହାତରେ ସମୟ କମ୍ ରହୁଛି। ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ଓ ଡେଣ୍ଟାଲ୍ ସର୍ଜନ ପଦବି ମଧ୍ୟ ଖାଲି ପଡ଼ିଛି। ବହୁସମୟରେ  ଆୟୁଷ ଡାକ୍ତର  ଆଉଟ୍ ଡୋର ଚଳାଉଛନ୍ତି। ଫଳରେ ସ୍ଵାଭାବିକ ଭାବେ ରୋଗୀ ଚିକିତ୍ସା କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେଉଛି। ତେଣୁ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରିବାକୁ ଦାବି ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe