ଅନୁଗୁରୁରେ ଅଲୋଡ଼ା ଡାକସେବା, ୪୦ ଦିନ ହେଲା ପହଞ୍ଚିନି ସାମଗ୍ରୀ

ଅନୁଗୁରୁରେ ଅଲୋଡ଼ା ଡାକସେବା, ୪୦ ଦିନ ହେଲା ପହଞ୍ଚିନି ସାମଗ୍ରୀ

BBC

ରା. ଉଦୟଗିରି : ଗଜପତି ଜିଲ୍ଲାରେ ପୁଣି ଥରେ ଡାକ ବିଭାଗର ଅପାରଗତା ଚର୍ଚ୍ଚାକୁ ଆସିଛି। ଡାକରେ ପଠାଇଥିବା ଏକ ସାମଗ୍ରୀ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିବା ପାଇଁ ୪୦ ଦିନ ସମୟ ବିତିଯିବା, ତଥାପି ଆଜି ଯାଏ ଡେଲିଭରି ନହେବା ଡାକ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ଅକ୍ଟୋବର ୩୧ ତାରିଖରେ ଅନୁଗୁରୁ ପଞ୍ଚାୟତ ନୂଆସାହିର ଜଣେ ବ୍ୟକ୍ତି ନିଜ ପୁଅର ବ୍ୟାଙ୍କ ଖାତା ଖୋଲିବା ପାଇଁ ଏକ ପାନ‌୍‌କାର୍ଡ଼ ପାଇଁ ଆବେଦନ କରିଥିଲେ। ଠିକ୍‌ ସମୟରେ ପାନ୍‌ କାର୍ଡ଼ ଆସିଲା ରା.ଉଦୟଗିରି ସବ-ପୋଷ୍ଟ ଅଫିସ୍‌କୁ। ଆଉ, ରା.ଉଦୟଗିରିରୁ ଅନୁଗୁରୁ ଶାଖା ଡାକ ବିଭାଗକୁ ପଠାଗଲା ନଭେମ୍ବର ୯ ତାରିଖରେ। ନଭେମ୍ବର ୧୯ ତାରିଖରେ ଆର୍ଟିକଲ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦିଆଗଲା ବୋଲି ଅନ୍‌ଲାଇନ ଦେଖାଇ ଦିଆଗଲା। କିନ୍ତୁ, ଆଜିକୁ ମାସେ ବିତିଲାଣି ଘରେ ପହଞ୍ଚିନି। କୋଉଠି ଅଛି ଏବଂ ଦିଆଯିବ କି‌ ନା ସେ ନେଇ ସନ୍ତୋଷଜନକ ଉତ୍ତର ମଧ୍ୟ ମିଳିନି।

ଆଜି ଇଣ୍ଟରନେଟ୍‌ରେ ଦେଖିବା ପରେ ପ୍ରକୃତ କଥା ଜଣାପଡ଼ିଲା ଯେ ଆର୍ଟିକଲ ନ ଦେଇ ମିଛ କଥା ଦର୍ଶାଯାଇଛି ଅନ୍‌ଲାଇନରେ। ଏ ନେଇ ପଚାରିବାରୁ ଡାକ ବିଭାଗର କୌଣସି କର୍ମଚାରୀଙ୍କ ପାଖରେ କୌଣସି ଉତ୍ତର ନଥିଲା। ଏପଟେ ସାମଗ୍ରୀ ନପାଇ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ବାଳକ ଜଣକ। ଅନୁଗୁରୁ ଶାଖା ଡାକ ବିଭାଗରେ ଏମିତି ଡାକ ସେବା ଦିଆଯାଉଛି ବୋଲି ଜାଣିବା ପରେ ନିଜର ଚିଠି ଓ ସାମଗ୍ରୀ ପାଇବା ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏଣୁ, ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe