ଦାଦାବଟି ଆଦାୟକାରୀଙ୍କୁ ସମର୍ଥନ କରି ଅଡୁଆରେ ପୁଲିସ

Advertisment

ଏଏସ୍‌ଆଇଙ୍କ ବିରୋଧରେ ମାମଲା ରୁଜୁ

ଏଏସ୍‌ଆଇଙ୍କ ବିରୋଧରେ ମାମଲା ରୁଜୁ

ଦାଦାବଟି ଆଦାୟକାରୀଙ୍କୁ ସମର୍ଥନ କରି ଅଡୁଆରେ ପୁଲିସ

Ommcom News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତାରିଣୀପଡ଼ାର ଅଶୋକ ନେଗୀଙ୍କ ଘରକୁ ୨ ଜଣ ଯୁବକ ଯାଇ ନିଜକୁ ପୁଲିସ ଓ ସାମ୍ବାଦିକ କହି ୫୦ ହଜାର ଟଙ୍କା ମାଗିଥିଲେ। କୌଶଳକ୍ରମେ ଅଶୋକ ନେଗୀ ସେମାନଙ୍କୁ ଗେଟ ବନ୍ଦ କରି ଟାଉନ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଖସି ଚାଲି ଯାଇଥିଲା। ଏନେଇ ଶ୍ରୀ ନେଗୀ ଟାଉନ ଥାନାକୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ମଧ୍ୟ ଏଏସ୍‌ଆଇ ପଙ୍କଜ ତାଣ୍ଡି ଶ୍ରୀ ନେଗୀଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।

ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏନେଇ ଆଇଆଇସି ପ୍ରଦୀପ ଧରୁଆଙ୍କୁ ପଚାରିବାରୁ ୨ ଜଣ ଯୁବକଙ୍କୁ ଘରେ ଅଟକ ରଖିଥିବା ସମୟରେ ସେମାନଙ୍କୁ ମୁକୁଳାଇବା ପାଇଁ ପୁଲିସ ଏଏସ୍‌ଆଇ ପଙ୍କଜ ତାଣ୍ଡିକୁ ଫୋନ କରିଥିଲେ ବୋଲି କହିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe