ମଣ୍ଡି ଖୋଲିବା ଆରମ୍ଭରୁ ସମସ୍ୟା

ଚାଷୀ ସମସ୍ୟା ନେଇ ସରକାର ସମ୍ବେଦନଶୀଳ ନୁହନ୍ତି

ସମ୍ବଲପୁର : ଧାନକିଣା ନେଇ ସମ୍ବଲପୁରରେ ଘରକୁ ନପଶୁଣୁ ଚାଳ ବାଜିବା ଭଳି ସ୍ଥିତି ଦେଖାଦେଇଛି। ଧାନମଣ୍ଡି ଖୋଲିବା ଆରମ୍ଭରୁ ଉପୁଜିଲାଣି ସମସ୍ୟା। ଟୋକନ୍ ସମସ୍ୟା ଯୋଗୁ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ସମ୍ବଲପୁର ଜିଲ୍ଲାରେ ଗତ ୧୫ ତାରିଖରୁ ମଣ୍ଡି ଖୋଲିଲାଣି। ତେବେ, ମଣ୍ଡି ଖୋଲିବା ପୂର୍ବରୁ ଚାଷୀମାନଙ୍କ ପାଖକୁ ଟୋକନ୍ ପହଂଚିବା କଥା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଅଳ୍ପ ସଂଖ୍ୟକ ଚା‌‌ଷୀଙ୍କ ପାଖକୁ ଟୋକନ୍ ଆସିଛି। ହେଲେ, ଏମିତି ଅନେକ ଚାଷୀ ଅଛନ୍ତି, ଯେଉଁମାନଙ୍କ ନାମରେ ଟୋକନ୍ ଆସିଛି, ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ଧାନ ଅମଳ ହୋଇ ନାହିଁ। ଅପରପକ୍ଷରେ ଅନେକ ଚାଷୀଙ୍କ ଧାନ ଅମଳ ହୋଇଛି, କିନ୍ତୁ ସେମାନଙ୍କ ପାଖକୁ ଟୋକନ୍ ଆସି ନାହିଁ। ଏହାକୁ ନେଇ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନେ କ’ଣ କରିବେ, ସେଇେ ଚିନ୍ତାରେ ପଡ଼ିଯାଇଛନ୍ତି।

ଥରେ ଟୋକନ୍ ଅବଧି ସରିଗଲା ପରେ ପୁଣି ନୂଆ ଟୋକନ୍ ପାଇବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଧାନ ଅମଳ ହୋଇନଥିବା ଏବଂ ଟୋକନ୍ ପାଇଥିବା ଚାଷୀମାନେ ଏଭଳି ସ୍ଥିତିରେ କ’ଣ କରିବେ, ତାହା ବୁଝିପାରୁ ନାହାନ୍ତି। ତେବେ, ଯେଉଁ ଚାଷୀମାନଙ୍କ ମଧ୍ୟରେ ଭଲ ସଂପର୍କ ରହିଛି, ସେମାନେ ପରସ୍ପର ମଧ୍ୟରେ ଟୋକନ୍ ବଦଳାଇ କାମ ଚଳାଇବାକୁ ସ୍ଥିର କରିଛନ୍ତି। ଯେଉଁମାନଙ୍କ ଧାନ ପାଖରେ ଅଛି, ସେମାନେ ଅନ୍ୟମାନଙ୍କ ଟୋକନ୍ ଜରିଆରେ ଧାନ ବିକୁଥିବା ଦେଖିବାକୁ ମିଳୁଛି। ପରବର୍ତ୍ତୀ ସମୟରେ ସେମାନଙ୍କ ଟୋକନ୍ ଜରିଆରେ ଯିଏ ଏବେ ଟୋକନ୍ ଦେଇଥିବେ, ସେ ଧାନ ବିକିବା ନେଇ ପରସ୍ପର ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡ଼ିଛି। ‌ତଥାପି, ଅନେକ ଚାଷୀ ଧାନ ବିକିନପାରି ଏବେ ହଇରାଣ ହେଉଛନ୍ତି।

ଅନ୍ୟ ପକ୍ଷରେ ମଣ୍ଡିଗୁଡ଼ିକ ନିରୀକ୍ଷଣ ଦାୟିତ୍ବରେ ଥିବା ଅଧିକାରୀମାନେ ମଣ୍ଡିକୁ ଆସୁନଥିବା ଅଭିଯୋଗ ହୋଇଛି। ପେକ୍ସ ଏବଂ ଆରମ୍‌ସି କର୍ମଚାରୀଙ୍କ ଉପସ୍ଥିତିରେ ଧାନ କିଣାବିକା ଏବେ ଚାଲିଛି। ପ୍ରତ୍ୟେକ ମଣ୍ଡି ନିରୀକ୍ଷଣ ପାଇଁ ଜଣେ ସୁପରଭାଇଜିଂ ଅଫିସର ଏବଂ ନୋଡାଲ୍ ଅଫିସର ଦାୟିତ୍ବରେ ରହିଛନ୍ତି। ନିରୀକ୍ଷଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ସଂଖ୍ୟା ସୀମିତ ଥିବାରୁ ପ୍ରତ୍ୟେକଙ୍କୁ ୮/୯ଟି ଲେଖାଏଁ ମଣ୍ଡି ଦାୟିତ୍ବ ଦିଆଯାଇଛି। ହେଲେ, ସେମାନେ କୌଣସି ମଣ୍ଡିକୁ ଯାଉନଥିବା ଚାଷୀମାନେ ଅଭିଯୋଗ ହୋଇଛି। ଜଣେ ଜଣେ ଅଧିକାରୀଙ୍କୁ ଅନେକ ମଣ୍ଡିର ଦାୟିତ୍ବ ଥିବାରୁ ସେ ଆଜି ଗୋଟିଏ ତ କାଲି ଆଉ ଗୋଟିଏ ମଣ୍ଡିକୁ ଯାଇଥିବା ନେଇ କାଗଜପତ୍ରରେ କେବଳ ଦର୍ଶାଯାଉଥିବା ଅଭିଯୋଗ ହୋଇଛି।

ଟୋକନ୍ ସମସ୍ୟା ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଟୁଙ୍କୁ ପଚାରିବାରୁ ସେ କହିଲେ, ଟୋକନ୍ ସମସ୍ୟାର ସମାଧାନ ହୋଇଯାଇଛି। ଚାଷୀମାନେ ଯେତିକି ଜମି ଚାଷ କରିଥିବା ନେଇ ପଂଜୀକରଣ କରିଥିଲେ, ବାସ୍ତବରେ ସବୁ ଚାଷୀଙ୍କୁ ସେତିକି ଧାନ ବିକିବା ପାଇଁ ଟୋକନ୍ ଆସି ନାହିଁ। ପଂଜୀକରଣ ପରେ ସରକାରଙ୍କ ଦ୍ବାରା ‌ଉପଗ୍ରହ ଜରିଆରେ ସର୍ଭେ କରାଯାଇଥିଲା। ସେହି ସର୍ଭେ ରିପୋର୍ଟ ଅନୁଯାୟୀ ଅନେକ ଚାଷୀଙ୍କ ଟୋକନ୍ ବ୍ଲକ୍‌ କରାଯାଇଛି ବୋଲି ‌ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe