Representation image
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ଆସିଛି। ଗତ ୧୧ ତାରିଖରେ ଅନୁଷ୍ଠିତ ବିଜ୍ଞାନ ବିଭାଗର କେମେଷ୍ଟ୍ରି(ରସାୟନ ବିଜ୍ଞାନ) ବିଷୟର ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ଗତ ୧୨ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଅଭିଯୋଗ ବଢ଼ି ଚାଲିଛି। ପରୀକ୍ଷାର୍ଥୀମାନେ ନିଜ ନିଜ କଲେଜ କର୍ତୃପକ୍ଷ ଓ ଅଭିଭାବକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଓଡ଼ିଶା ଅଭିଭାବକ ମହାସଂଘ ଆଜି ପରିଷଦ ଅଧକ୍ଷଙ୍କୁ ଚିଠି ଲେଖି ହସ୍ତକ୍ଷେପ ଦାବି କରିଛି। ତୁରନ୍ତ ଓ ତ୍ୱରିତ ପଦକ୍ଷେପ ନ ନେଲେ ଆଗକୁ ଛାତ୍ରଛାତ୍ରୀଙ୍କ ମାନସିକ ଯନ୍ତ୍ରଣା ଜନିତ ସମସ୍ୟା ବଢ଼ିବ। ପରିଷଦ ଏ ଦିଗରେ ପଦକ୍ଷେପ ନେବାକୁ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।
Follow Us