ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Advertisment
ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର: ୩ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି। ଆବଶ୍ୟକସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ। ୧୧ ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। କଟକରେ ବକ୍ସିବଜାର, ବଜ୍ରକବାଟି ରୋଡ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ।
ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି। ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ। ୩୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଜୀବୀ ମହିଳାମାନେ ଏହି ହଷ୍ଟେଲରେ ରହିବେ। ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ। ଏହି କମିଟି ହଷ୍ଟେଲର ପରିଚାଳନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe