ଓପିଜିସିକୁ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପ୍ରକ୍ରିୟା ଚାଲିଛି

ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ ଉତ୍ପାଦନକାରୀ ପୁରସ୍କାର

jsglive.in

ଭୁବନେଶ୍ୱର : ଓପିଜିସିରେ ଏଇଏସ୍‌ କମ୍ପାନିର ଅଂଶ କିଣିଲା ପରେ ଏହାକୁ ଓଡ଼ିଶା ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସନ୍ତୋଷ ସିଂହ ସାଲୁଜାଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ଏଇଏସ୍‌ କମ୍ପାନିର ଓପିଜିସିରେ ନିୟୋଜିତ ଥିବା ୪୯% ସେୟାରକୁ ପୁନଃ କ୍ରୟ କରିବା ପାଇଁ ଓଏଚ୍‌ପିସିକୁ ସରକାର ଅଧିକାର ଦେଇଛନ୍ତି। ଏହା ମଧ୍ୟରେ ଅଂଶଧନ କ୍ରୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇ ଆବଶ୍ୟକ ଅନୁମୋଦନ ନିମନ୍ତେ ସିସିଇଙ୍କୁ ପଠାଯାଇଛି। ଏହା କାର୍ଯ୍ୟକାରୀ ହୋଇଗଲା ପରେ ଓପିଜିସି ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ।

ବର୍ତ୍ତମାନ ବର୍ତ୍ତମାନ ଓପିଜିସିରେ ୬୦୨ ଜଣ କର୍ମଚାରୀ କାମ କରୁଛନ୍ତି। ଏମ୍‌ବିଏସ୍‌ ପଦ୍ଧତ୍ତିରେ କର୍ମଚାରୀ ନିଯୁକ୍ତି ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଓପିଜିସିରେ ୨୦୧୧-୧୨ ମସିହାରୁ ପ୍ରଚଳିତ ହୋଇଆସୁଛି। ଓପିଜିସିରେ କର୍ମଚାରୀ ଓ ଅଫିସର୍‌ ନିଯୁକ୍ତି ପ୍ରକ୍ରିୟାରେ ଦୁଇଟି ପଦ୍ଧତ୍ତି ଯଥା କ୍ୟାଡର୍‌ ଓ ଏମ୍‌ବିଏସ୍‌ ଅବଲମ୍ବନ କରାଯାଉଥିବାରୁ ସେମାନଙ୍କର ବେତନ, ଭତ୍ତା ଓ ପଦୋନ୍ନତି କ୍ଷେତ୍ରରେ ଥିବା ବ୍ୟବସ୍ଥାକୁ ଅନୁମୋଦନ କରାଯାଉଛି। ଏଇଏସ୍‌ କମ୍ପାନିର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ଦରମା ଦେଇ ଥଇଥାନ କରିବା ସମ୍ପର୍କରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe