ଆଜି ସକାଳ ୮ଟାରେ ଆରମ୍ଭ ହେବ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ପ୍ରକ୍ରିୟା

ଆଜି ସକାଳ ୮ଟାରେ ଆରମ୍ଭ ହେବ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ପ୍ରକ୍ରିୟା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହେବ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପରେ ସମସ୍ତ ଇଭିଏମ୍‌ ଏଠାରେ ଆଣି ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି। ସକାଳ ୮ ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯିବ। ଏହାପରେ ଇଭିଏମ୍‌ ଖୋଲାଯାଇ ଭୋଟ୍‌ ଗଣତି ହେବ। ଭୋଟ୍‌ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡରେ ଗଣତି ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି।

ପ୍ରତି ଟେବୁଲରେ ୩ ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି। କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ୍‌ ଯୋଗେ ଏହାକୁ ଘୋଷଣା କରାଯିବ। ଭୋଟ୍‌ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି। ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇ ପାରିବେ। ଭୋଟ୍‌ ଗଣତି କେନ୍ଦ୍ରରେ ଶାନ୍ତିଶୃଙ୍ଖାଳ ରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ବରେ ରାଜ୍ୟ ପୁଲିସ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀଙ୍କୁ ଏଥିପାଇଁ ମୁତୟନ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe