ପୁରୀ: ଫନି ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ, ପ୍ରଭାବରେ ପେଣ୍ଠକଟା ବସ୍ତିରେ ପଶିଲା ପାଣି

ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦେବେ ରାଜ୍ୟ ବ୍ୟାଙ୍କ କର୍ମଚାରୀ

ପୁରୀ: ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ସକାଳୁ ଉଗ୍ର ରୂପ ଧାରଣ କରିଛି। ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏମନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲେ ବି, ଏହା ବିଫଳ ହୋଇଛି। ଏବେବି ବହୁ ସଂଖ୍ୟରେ ଲୋକ ସ୍ଥାନାନ୍ତର ହୋଇପାରି ନାହାନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ପୁରୀରେ ପବନର ବେଗ ବଢ଼ିଛି। ପୁରୀରେ ଘଣ୍ଟାପ୍ରତି ପବନର ବେଗ ୧୭୫ କିଲୋମିଟର ହାରରେ ବୋହୁଛି। ଗୁରୁବାର ଠାରୁ ଶୁକ୍ରବାର ସକାଳ ୭ଟା ସୁଦ୍ଧା ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯଦିଓ ଲ୍ୟାଣ୍ଡଫଲ୍‌ ହୋଇ ନାହିଁ କିନ୍ତୁ ଏହାର ପୂର୍ବାଭାସ ମିଳିସାରିଛି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଅନୁମାନ କରାଯାଉଛି। ଏହା ଯେକୌଣସି ସମୟରେ ଲ୍ୟାଣ୍ଡଫଲ କରିପାରେ।

publive-image weather.com

ଏସ୍‌ଆରସି ସେଠୀ କହିଛନ୍ତି, ଏଯାଏଁ ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ପବନର ବେଗ ବଢ଼ିଥିଲେ ବି କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି। ମାତ୍ର କିଛି ସ୍ଥାନରେ ରାସ୍ତାରେ ଗଡ଼ ପଡ଼ିଛି।

ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗତି କରିବ ଏବଂ ଏହା ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପୁରୀ ଓ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ବିଦ୍ୟୁତ କାଟି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe