ନୂଆ କୋଠାକୁ ଏସ୍‌ଏମ୍‌ସି କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜିଠାରୁ

Advertisment

ଜୁନ୍‌ ସୁଦ୍ଧା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ

ଜୁନ୍‌ ସୁଦ୍ଧା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ

ନୂଆ କୋଠାକୁ ଏସ୍‌ଏମ୍‌ସି କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜିଠାରୁ

ସମ୍ବଲପୁର : ଦୁର୍ଗାପାଲିଠାରେ ସମ୍ବଲପୁର ମହାନଗର ନିଗମ ନୂଆ କୋଠାର ମୁଖ୍ୟ ଢାଞ୍ଚା ନିର୍ମାଣ ଇତି ମଧ୍ୟରେ ଶେଷ ହୋଇଛି। ବାହାର ଭିତର ରଂଗ ଦିଆ ସରିଛି ଓ କିଛି ଭାଗରେ ଟେବୁଲ୍, ଚୌକି ଆଦି ସାଧାରଣ ଆସବାବପତ୍ର ବି ପକାଯାଇଛି। ପୁରୁଣା ମହାନଗର କାର୍ଯ୍ୟାଳୟରେ ଥିବା ବିଭିନ୍ନ ଅଣ ଜରୁରୀ କାଗଜପତ୍ର ଓ ବିଭାଗ ଗୁଡ଼ିକୁ ନୂଆ କାର୍ଯ୍ୟାଳୟର ସେହି କୋଠରୀ ଗୁଡ଼ିକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି ସମ୍ବଲପୁର ମହାନଗର ନିଗମ କମିସନର୍ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କୋଠା ନିର୍ମାଣ ଓ ବାହାର, ଭିତର ରଂଗ କାମ ଶେଷ ହୋଇଯାଇଛି। ଏବେଠୁ ପୁରୁଣା ଅଫିସ୍‌ରୁ କାଗଜପତ୍ର ସ୍ଥାନାନ୍ତର କରି ନୂଆ କୋଠାରେ ସଜାଡ଼ି ରଖିବା ଓ ଏପ୍ରିଲ୍‌ରୁ କିଛି ବିଭାଗକୁ ଅନୌପଚାରିକ ଭାବେ ସେଠାକୁ ସ୍ଥାନାନ୍ତର କରିବା ଯୋଜନା ରହିଛି। ତେବେ ଜନସାଧାରଣଙ୍କ କାମ ପଡ଼ୁଥିବା ବିଭାଗ ଗୁଡ଼ିକ ପୂର୍ବବତ୍‌ ପୁରୁଣା କୋଠାରେ ଚାଲିବ ବୋଲି ଶ୍ରୀ ସାହୁ କହିଛନ୍ତି।

publive-image

ତେବେ ବର୍ତ୍ତମାନ ବି କୋଠାର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ, ଆସବାବପତ୍ର ତିଆରି, ପାଚେରି ନିର୍ମାଣ, ଆଲୋକୀକରଣ, ଉଦ୍ୟାନ ପ୍ରସ୍ତୁତି ଆଦି କାମ ବାକି ରହିଛି। ଏସବୁ ପାଇଁ ଆସନ୍ତା ୨୭ ତାରିଖରେ ଟେଣ୍ଡର୍ ଡକାଯିବ। ମେ’ ସୁଦ୍ଧା ସମସ୍ତ କାମ ଶେଷ ହେବ ଓ ଜୁନ୍‌ରେ ଉଭୟ ଏସ୍‌ଏମ୍‌ସି ଓ ଏସ୍‌ଡିଏ କାର୍ଯ୍ୟାଳୟ ସଂପୂର୍ଣ୍ଣ ଭାବେ ନୂଆ କୋଠାରେ କାମ କରିବ ବୋଲି କମିସନର୍‌ ଶ୍ରୀ ସାହୁ ଆଶା ବ୍ୟକ୍ତ କରିଛନ୍ତି। କୋଠାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ବର୍ତ୍ତମାନ ମାଟି ପକାଇ ବେସ୍ ତିଆରି ହେଉଛି। ଏହାପରେ ଗାର୍ଡ ୱାଲ୍‌ ସହ କଂକ୍ରିଟ୍ କରାଯିବ। ତେବେ ମୁଖ୍ୟ ଖୋଠା ନିର୍ମାଣ କାମ ଶେଷ ହୋଇଥିବାରୁ ସରକାର ଚାହିଁଲେ ଏହାକୁ ‌େଯକୌଣସି ସମୟରେ ଉଦ୍‌ଘାଟନ କରାଯାଇ ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ହୀରାକୁଦ ବନ୍ଧର ଡିଜାଇନ୍‌ରେ ଏହି କୋଠା ନିର୍ମାଣ କରା ଯାଉଛି। ଏହି ବହୁତଳ ବିଶିଷ୍ଟ କୋଠାକୁ ମହାନଗର ନିଗମ (ଏସ୍‌ଏମ୍‌ସି) ଓ ସମ୍ବଲପୁର ଉନ୍ନୟନ୍ ପ୍ରାଧିକରଣ (ଏସ୍‌ଡିଏ) କାର୍ଯ୍ୟାଳୟ ସ୍ଥାନାନ୍ତର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe