ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଶୋଭାଯାତ୍ରା 

Advertisment
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଶୋଭାଯାତ୍ରା 

ପଦ୍ମପୁର: ପଦ୍ମପୁରକୁ ନୂତନ ଜିଲ୍ଲା ଘୋଷଣା ଦାବି ନେଇ ସ୍ଥାନୀୟ ଓକିଲ ସଂଘ ନେତୃତ୍ୱରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଶନିବାର ପୂର୍ବାହ୍ନ ୧୦ଟାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଅଞ୍ଚଳର ବିଭିନ୍ନ  ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଜନପ୍ରତିନିଧି, ରାଜନୈତିକ ଦଳ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, କୃଷକ ସଙ୍ଗଠନ, ସରପଞ୍ଚ ସଂଘ, ବିଭିନ୍ନ କ୍ଲବ ତଥା ଜନସାଧାରଣ ସାମିଲ ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର  ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ପଦ୍ମପୁରକୁ ନୂତନ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଆନ୍ଦୋଳନକୁ ଜାରି ରଖାଯିବା ପାଇଁ ଅନ୍ୟାନ୍ୟ ପନ୍ଥା ସହ ଆଜିଠାରୁ ପ୍ରତିଦିନ ପଦ୍ମପୁର କଚେରି ପରିସର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି  କ୍ରିୟାନୁଷ୍ଠାନ କମିଟି ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲା ଦାବି ନେଇ ଚଳିତ ମାସ ୨ ଓ ୩ ତାରିଖ ପଦ୍ମପୁର ସହର ସମେତ ଉପଖଣ୍ଡର କେତେକ ବ୍ଲକ୍‌ ସଂପୂର୍ଣ୍ଣ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe