ନାଲ୍‌କୋ ସିପିପିରେ ଉତ୍ପାଦନ ବାଧାପ୍ରାପ୍ତ

ନାଲ୍‌କୋ ସିପିପିରେ ଉତ୍ପାଦନ ବାଧାପ୍ରାପ୍ତ

ନାଲକୋନଗର : ନାଲ୍‌କୋ ସିପିପି ପ୍ଲାଣ୍ଟରେ ଗୁରୁତର ଯାନ୍ତ୍ରିକ ତ୍ରୁଟିଯୋଗୁଁ ମଙ୍ଗଳବାରଦିeନ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଫଳରେ ନାଲ୍‌କୋ ଟାଉନସିପ୍‌ ସମେତ ପ୍ଲାଣ୍ଟ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଏଥିସହ ସ୍ମେଲଟର ପ୍ଲାଣ୍ଟ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ତନାଘନା ପରେ ରାତି ୧୦ଟା ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନାଲ୍‌କୋ କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟ (ସିପିପି)ର ୧୦ଟି ୟୁନିଟ୍‌ରୁ ୧୨ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥାଏ। ସେଥିରୁ ୨ଟି ୟୁନିଟ୍‌ ଷ୍ଟାଣ୍ଡ ବାଇ ରହିଥାଏ। ନାଲ୍‌କୋ ସ୍ମଲଟର ପ୍ଲାଣ୍ଟ ପଟ୍‌ ଲାଇନ ଚାଲିବା ପାଇଁ ୮୦୦-୮୬୦ ମେଗାୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ। ଆଜି ମଧ୍ୟାହ୍ନ ୧୨ଟାବେଳେ ସିପିପି‌ ୫ନମ୍ବର ୟୁନିଟର ଏଲ୍‌ପି ଡାଇଫାର୍ମା ଫାଟି ଯାଇଥିଲା। ଏହାକୁ ସୁଧାରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଅନ୍ୟ ସମସ୍ତ ୟୁନିଟ ମଧ୍ୟ ବନ୍ଦ ହୋଇଯାଇଥିଲା।

ମେରାମଣ୍ଡଳୀସ୍ଥିତ ସେଣ୍ଟ୍ରାଲ ଗ୍ରିଡ୍‌ର ଦୁଇଟି ଫିଡର୍‌ରେ ସମସ୍ୟା ଯୋଗୁଁ ତତକ୍ଷଣାତ୍‌ ନାଲ୍‌କୋ ସିପିପିକୁ ବିଦ୍ୟୁତ ଯୋଗାଇ ପାରି ନଥିଲା। ଫଳରେ ସିପିପିର ସମସ୍ତ ୟୁନିଟ ଧୀରେ ଧୀରେ ଅଚଳ ହୋଇ ଯାଇଥିଲା। ଏଥିଯୋଗୁଁ ସିପିପି, ‌ସ୍ମେଲଟର ପ୍ଲାଣ୍ଟ ଓ ନାଲକୋ ଟାଉନସିପ୍‌ରେ ଦିନ ୧ଟା ୧୫ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା। ଇଡି ଅମ୍ବିକାପ୍ରସାଦ ପଣ୍ଡାଙ୍କ ତତ୍ତ୍ବାବଧାନ‌‌ରେ ସିପିପି କାର୍ଯ୍ୟକ୍ଷମ କରିବା ପାଇଁ ତନାଘନା ଉଦ୍ୟମ ଚାଲିଥିଲା। ରାତି ୧୦ଟା ସୁଦ୍ଧା ୧୦ଟି ୟୁନିଟ୍‌ରୁ ୭ଟି ୟୁନିଟ୍ କାର୍ଯ୍ୟକ୍ଷମ ‌ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe